ଭୁବନେଶ୍ବର,୧୬।୧୦ : ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ  ନୂଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ୧୦ ଉପସଭାପତି  ରହିଛନ୍ତି। ସେହିପରି ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି।

ଉପସଭାପତି  ଭାବେ  ଡ. ଜତିନ ମହାନ୍ତି,  ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର  କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋଏଲ, ବିଷ୍ଣୁ ଦାସଙ୍କୁ  ନିଯୁକ୍ତ କରାଯାଇଛି ।

ସେହିପରି ବିରଞ୍ଚି ନାରାୟଣ ତ୍ରିପାଠୀ, ସାରଦା ପ୍ରସାଦ ଶତପଥୀ,  ସୀମାଞ୍ଚଳ ଖଟେଇ ଓ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି।

ସମ୍ପାଦକ ଭାବେ  ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ଡ. ପ୍ରିତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ଇଂ ରାମ ଚନ୍ଦ୍ର ହାସନ୍ଦା, ମମତା ସିଂ, ପୃଥିରାଜ ମହାପାତ୍ର , ସ୍ମିତା ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।  ଅଜୟ କୁମା ଅଗଓ୍ବାଲଙ୍କୁ କୋଷାଧ୍ୟକ୍ଷ ଓ ଦିବାକର ହରିଚନ୍ଦନଙ୍କୁ ଯୁଗ୍ନ କୋଷାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି। ​​​​​​​