ଜୟପୁର,୦୮/୧୧: କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳ ଗଡପଦର ହାଇସ୍କୁଲର ଶିକ୍ଷୟିତ୍ରୀ ସମ୍ବିତ ରେଖା ଜେନାଙ୍କ ବଦଳି ବାତିଲ ଦାବି । ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଘଟଣାସ୍ଥଳରେ ବିଇଓ ଚନ୍ଦନ ପଟ୍ଟନାୟକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରୁଛନ୍ତି ।
ସୂଚନା ମୁତାବକ, ଗଡପଦର ହାଇସ୍କୁଲର ଶିକ୍ଷୟିତ୍ରୀ ସମ୍ବିତ ରେଖା ଜେନାଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସ୍କୁଲ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଦାବି କରିଛନ୍ତି। ଖବର ପାଇ ଧାରଣା ସ୍ଥଳରେ ପହଞ୍ଚି ଛନ୍ତି ବିଇଓ ଚନ୍ଦନ ପଟ୍ଟନାୟକ । ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରୁଛନ୍ତି। ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଓ ପ୍ରଧାନ ଶିକ୍ଷକଙ୍କ ବଦଳି ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ରୋକଠୋକ୍ କହିଛନ୍ତି।