ଭୁବନେଶ୍ୱର ୧୫/୦୯: 'ସୁଭଦ୍ରା' ଯୋଜନା ଅଭିଯୋଗ ସମାଧାନ ମଡ୍ୟୁଲରର ଆରମ୍ଭ । ଉଦ୍‌ଘାଟନ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଦୂର ହେବ ସମସ୍ୟା। ନୂଆ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ଯୋଜନାରେ ସାମିଲ ହୋଇପାରିବେ ଯୋଗ୍ୟ ହିତାଧିକାରୀ। ବିଭିନ୍ନ କାରଣରୁ ୨ ଲକ୍ଷ ୮୫ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିଲେ। । ଏହାକୁ ନେଇ ସମୀକ୍ଷା ହୋଇଥିଲା। ଯେଉଁଥିରେ ଏହି ସରଳ ରାସ୍ତା କଢ଼ାଯାଇଛି। ସେହିଭଳି ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାକୁ ବର୍ଷେ ପୂରଣ ହୋଇଛି। ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆୟୋଜନ ହେବ। ଅକ୍ଟୋବର ୧୫ ଯାଏ ଚାଲିବ କାର୍ଯ୍ୟକ୍ରମ ଚାଲିବ।

ସୂଚନା ଯୋଗ୍ୟ ଯେ, ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ। ହିତାଧିକାରୀମାନେ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ। ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ। ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ। ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ନେବ ନିଷ୍ପତ୍ତି। ଏହାର ଷ୍ଟାଟସ୍ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନାରୁ କାହିଁକି ବାଦ୍ ପଡିଲେ, କାରଣ କ'ଣ, ଆଗକୁ ସେମାନେ କ'ଣ କଲେ ସାମିଲ ହୋଇପାରିବେ ଏ ସବୁ କଥାର ଉତ୍ତର ପୋର୍ଟାଲରେ ମିଳିବ। ବର୍ତ୍ତମାନ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି। ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହାରିବ।

​​​​​​​