ମୁମ୍ବାଇ,୧୦/୦୯: ଫେବ୍ରୁଆରୀରୁ ପୁଣି ଫେରିବ ଟି-ଟ୍ବେଣ୍ଟି ଫିଭର୭ରୁ ଆରମ୍ଭ ହୋଇପାରେ କ୍ରିକେଟ୍ ମହାକୁମ୍ଭବିଶ୍ବକପ-୨୦୨୬ କ୍ରୀଡ଼ାସୂଚୀ ପ୍ରସ୍ତୁତଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍ ! ପାକିସ୍ତାନ ପାଇଁ ରହିଛି ରିଜର୍ଭ ଗ୍ରାଉଣ୍ଡଏସିଆ କପ୍ କ୍ରିକେଟ୍ ଶେଷ ହେବା ପରେ ଟି-ଟ୍ବେଣ୍ଟି ବିଶ୍ବକପ୍-୨୦୨୬ ପାଇଁ ଶୀଘ୍ର ପ୍ରସ୍ତୁତ ଆରମ୍ଭ କରିବ ଇଣ୍ଟର ନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ । କାରଣ ଆସନ୍ତା ଫେବ୍ରୁଆରୀ ମାସରୁ ଟୁର୍ଣ୍ଣାମେଣ୍ଟ ଷ୍ଟାର୍ଟ ହେବା ନେଇ ଯୋଜନା ରହିଛି । ଏଥର ଆୟୋଜକ ଟିମ୍ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବଂ ଶ୍ରୀଲଙ୍କା ରହିଛନ୍ତିଉଭୟ ଦଳ ମିଳିତ ଭାବେ ଟି-ଟ୍ବେଣ୍ଟି ବିଶ୍ବକପ୍ ଆୟୋଜନ କରିବେ । ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବାହାରି ନଥିଲେ ମଧ୍ୟ ଦୁଇ ଆୟୋଜକ ଦଳ କ୍ରୀଡ଼ାସୂଚୀ ଡ୍ରାଫ୍ଟ ପ୍ରସ୍ତୁତ କରି ଆଇସିସିକୁ ପ୍ରଦାନ କରିଛନ୍ତିତେଣୁ ଖୁବ୍‌ଶୀଘ୍ର ଟି-ଟ୍ବେଣ୍ଟି ବିଶ୍ବକପ୍-୨୦୨୬ର ତାରିଖ ଏବଂ ଫାଇନାଲ ସୂଚୀ ଘୋଷଣା ହେବ ବୋଲି ଆଶା କରାଯାଉଛି ।        

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ ଫେବ୍ରୁଆରୀ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବଭାରତରେ ୫ଟି ଏବଂ ଶ୍ରୀଲଙ୍କାର ୨ଟି ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଖେଳାଯିବଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଧିକ ଚାନ୍ସ ରହିଛିମାତ୍ର ପାକିସ୍ତାନ ଫାଇନାଲକୁ ଉନ୍ନୀତ ହେଲେ, ମ୍ୟାଚ୍ କଲମ୍ବୋକୁ ସ୍ଥାନାନ୍ତର ହେବ ।  ଏଥର ଟି-ଟ୍ବେଣ୍ଟି ବିଶ୍ବକପରେ ମୋଟ୍‌ ୨୦ଟି ଭାଗ ନେବେ । ଏ ପର୍ଯ୍ୟନ୍ତ ୧୫ଟି ଦଳ ଯୋଗ୍ୟତା ହାସଲ କରି ସାରିଛନ୍ତିଏଥିରେ ଆୟୋଜକ ଭାରତ ଓ ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡ଼ା, ନେଦରଲାଣ୍ଡସ ଓ ଇଟାଲୀ ରହିଛନ୍ତିଅବଶିଷ୍ଟ ୫ ଟିମ୍ ମଧ୍ୟରେ ଆଫ୍ରିକା ମହାଦେଶରୁ ୨ଟି ଏବଂ ଏସିଆ ଓ ପୂର୍ବ ଏସିଆରୁ ୩ଟି ଦଳ ଯୋଗ୍ୟତା ହାସଲ କରିବେ ।

ଟି-ଟ୍ବେଣ୍ଟି ଓ୍ବାର୍ଲ୍ଡକପ୍ ଚୂଡ଼ାନ୍ତ ନିଷ୍ପତ୍ତି, ଆୟୋଜକଙ୍କ ଦ୍ୱାରା ପ୍ରସ୍ତାବିତ କ୍ରୀଡ଼ାସୂଚୀ ଡ୍ରାଫ୍ଟକୁ ବିଶ୍ଳେଷଣ କରି ଆଇସିସି ନେବ । ୨୦୨୪ ସଂସ୍କରଣ ଫର୍ମାଟରେ ୨୦୨୬ ସଂସ୍କରଣ ଖେଳାଯିବ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପ୍‌ରୁ ୨ଟି ଲେଖାଏଁ ଟିମ୍ ସୁପର-୮କୁ ଉନ୍ନୀତ ହେବେ । ପୁଣି ଥରେ ସୁପର-୮ରେ ୨ଟି ଗ୍ରୁପ୍‌ ହେବ । ପ୍ରତି ଗ୍ରୁପ୍‌ରୁ ୨ଟି ଦଳ ସେମି ଫାଇନାଲକୁ ଉଠିବେ । ଏହାର ପରେ ଟ୍ରଫି ପାଇଁ ଫାଇନାଲ ଲଢ଼େଇ ହେବ । ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୫୫ଟି ମ୍ୟାଚ୍‌ ଖେଳାଯିବଅନ୍ୟପଟେ ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେଉଁଭଳି ସ୍ଥିତି ଲାଗି ରହିଛି, ପାକ୍ ଟିମ୍ ଭାରତ ଗସ୍ତ କରିବା ସମ୍ଭାବନା କମ୍ ରହିଛି । ତେଣୁ ପାକିସ୍ତାନ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ହିଁ ଖେଳିବ । ସେହିପରି ପୂର୍ବ ସଂସ୍କରଣରେ ରୋହିତ୍ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଚାମ୍ପିଅନ ହୋଇଥିଲା । ଫାଇନାଲ ମୁକାବିଲାରେ ଦଳ ଦକ୍ଷିଣ ଆଫ୍ରିକାକୁ ଦଳ ପରାସ୍ତ କରିଥିଲେ । ତେଣୁ ଏଥର ଡିଫେଣ୍ଡିଂ ଚାମ୍ପିଅନ୍ ଏବଂ ରନର୍ସ-ଅପ୍ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।....