ନୂଆଦିଲ୍ଲୀ: ବୁଧବାର ହୋଇଥିବା ମ୍ୟାଚରେ ବିଶାଳ ବିଜୟ ସହ ଟିମ୍ ଇଣ୍ଡିଆ ଏସିଆ କପର ଫାଇନାଲରେ ପହଞ୍ଚି ଯାଇଛି। ବୁଧବାର ହୋଇଥିବା ସୁପର-୪ ମ୍ୟାଚ୍ ରେ ଭାରତ ବାଂଲାଦେଶକୁ ୪୧ ରନ୍ ରେ ପରାସ୍ତ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୧୬୯ ରନ୍ ର ଟାର୍ଗେଟ ପିଛା କରି ବାଂଲାଦେଶ ୧୯.୨ ଓଭରରେ ଅଲଆଉଟ୍ ହୋଇଯାଇଥିଲା। ଓପନର ସୈଫ୍ ହାସନ୍ ୬୯ ରନ୍ କରିଥିଲେ। ସେହିପରି ବାଂଲାଦେଶର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ। କୁଲଦୀପ ଯାଦବ ୩ ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।
ପୂର୍ବରୁ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା। ଅଭିଷେକ ଶର୍ମା ୩୭ ବଲ୍ ରେ ୭୫ ରନ୍ ର ଇନିଂସ ଖେଳିଥିଲେ। ସେ ୬ ଚୌକା ଏବଂ ୬ ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ଏବଂ ଶୁଭମନ ଗିଲ୍ ୨୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ରିଶାଦ ହୁସେନ୍ ୨ଟି ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର ରହମାନ ଗୋଟିଏ ୱିକେଟ୍ ପାଇଥିଲେ।