ଭୁବନେଶ୍ୱର,୦୬/୧୦: ଆସନ୍ତା ୧୧ ତାରିଖରୁ ୨୮ତମ ଏସିଆନ ଟେବୁଲ ଟେନିସ ଟିମ୍‌ ଚାମ୍ପିଅନସିପ୍‌ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ଟି ଦେଶରୁ ୫୦୦ ଖେଳାଳି ଏବଂ ମ୍ୟାଚ୍‌  ଅଫିସିଆଲ୍‌ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପୁରୀର ଲାଇଟ୍‌ ହାଉସ ଠାରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଉଦମ୍ୟରେ ଏକ  ବାଲୁକା କଳାକୃତି (୧୮ ଫୁଟ ଲମ୍ୱା ଏବଂ  ୭ ଫୁଟ ଉଚ୍ଚ ) ପ୍ରଦର୍ଶିତ ହୋଇଥିଲା । ଭାରତରେ ୧୬ ବର୍ଷ ପରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି ।  

ଓଡ଼ିଶା ପ୍ରଥମ ଥର ଏଭଳି ଚାମ୍ପିଅନସିପ୍‌  ଆୟୋଜନର ଅଧିକାର ପାଇଛି । ଚୀନ, ଜାପାନ, ଦକ୍ଷିଣ କାରିଆ ଆଦି ବିଶ୍ୱର  ଶ୍ରେଷ୍ଠ ଦଳ ଏବଂ ଶ୍ରେଷ୍ଠ ଟେବୁଲ  ଟେନିସ ଖେଳାଳି ମାନଙ୍କର କ୍ରୀଡ଼ା ନୈପୁଣ୍ୟର ଝଲକ ଦେଖିବାକୁ ମିଳିବ । ଓଡ଼ିଶାରେ ଟେବୁଲ ଟେନିସର ପ୍ରସାର  କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଟେବୁଲ  ଟେନିସ ସଂଘ ଏବଂ ଓଡ଼ିଶା ସରକାରଙ୍କ  ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି ।