ପୁରୀ,୧୯/୧୦ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ। ଆଜି ଅପରାହ୍ନରେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା। ପତିତପାବନ ବାନା ପରିବର୍ତ୍ତନ ପୂର୍ବରୁ ନୀଳଚକ୍ର ଉପରେ ଚିଲ ବସିଥିବା ଦେଖି ଶ୍ରଦ୍ଧାଳୁଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଚିଲ ବସୁଥିବା ଦେଖିବାକୁ ମିଳିଛି। କେହି ଏହାକୁ ଶୁଭ ସଙ୍କେତ ବୋଲି କହିଥାନ୍ତି ତ କେହି ଏହା ଅଶୁଭ ସଙ୍କେତ ବୋଲି ମନେ କରିଥାନ୍ତି। ତେବେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବା ନେଇ ମହାପ୍ରଭୁ କିଛି ସଙ୍କେତ ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ସମୟ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବାବେଳେ ପରବର୍ତ୍ତୀ ସମୟରେ ଚିଲଟି ଉଡ଼ି ଯାଇଥିବା ଦେଖିବାକୁ ମିଳିଛି।