ଭୁବନେଶ୍ବର,୩୦/୦୯: ନିଶାମୁକ୍ତ ଗାଁ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ମଦ୍ୟପାନ କରି ଗାଡ଼ି ଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ RTO ଗୁଡ଼ିକୁ ନିର୍ଦ୍ଦେଶ । ରାଜ୍ୟ ସରକାର ନିଶା ବିପଦକୁ ମୁକାବିଲା କରିବା, ଏକ ସୁସ୍ଥ,  ନିରାପଦ ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତ୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ "ଡ୍ରଗ୍ସ ଫ୍ରି ଭୁବନେଶ୍ୱର" ଆୟୋଜନ କରିବ ।

ଆସନ୍ତା ଅକ୍ଟୋବର ରେ ସଚେତନତା ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଗାନ୍ଧି ଜୟନ୍ତି ଅର୍ଥାତ୍ ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ । ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର-ଡିଡବ୍ଲୁ ବିଭାଗ, ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ ।  ପ୍ରତ୍ୟେକ ପଞ୍ଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶାମୁକ୍ତ ଗାଁ ଉପରେ ଆଲୋଚନା କରାଯିବ । ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ପଞ୍ଚାୟତମାନଙ୍କୁ ଉତ୍ସାହିତ କରାଯିବସଫଳ ଗ୍ରାମପଞ୍ଚାୟତ ଗୁଡ଼ିକୁ ସ୍ଥାନିତ କରାଯିବ ଏବଂ ତାପରେ, ଶ୍ରେଷ୍ଠ ତିନି ଗ୍ରାମପଞ୍ଚାୟତକୁ ପୁରସ୍କୃତ କରାଯିବ । SSEPD ବିଭାଗ ବିଭିନ୍ନ NGO ଗୁଡ଼ିକୁ ସାମିଲ କରି ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ

ସେହିପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ  । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ମାସ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ । ବାଣିଜ୍ୟ ଏବଂ ପରିବହନ, ସ୍କୁଲ ଏବଂ ଗଣଶିକ୍ଷା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ,ଏସଏସ ଏବଂ ଇପିଡି, କ୍ରୀଡା ଏବଂ ଯୁବସେବା ବିଭାଗ ସହ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟକ୍ରମ କରିବେ । ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ୍ ପ୍ରବନ୍ଧ/ବିତର୍କ ପ୍ରତିଯୋଗିତା ଆୟୋଜନ କରି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।...