ଅଦ୍ୟ ତା.୦୭.୦୯.୨୦୨୫ରିଖ, ସିଂହ ୨୨ ଦିନ, ଭାଦ୍ରବ ମାସ, ଶୁକ୍ଳ ପକ୍ଷ, ପୂର୍ଣ୍ଣିମା, ରବିବାର । ପୂର୍ଣ୍ଣିମା: ରାତ୍ରି ୧୧ଟା ୩୯ ମିନିଟ୍‌, ଶତଭିଷା : ରାତ୍ରି ୯ଟା ୪୧ ମିନିଟ୍‌, କୁମ୍ଭ ଚନ୍ଦ୍ର : ୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ : ୫ଟା ୩୩ ମିନିଟ୍‌ ୩୪ ସେକେଣ୍ଡ୍‌, ସୂର୍ଯ୍ୟାସ୍ତ : ୫ଟା ୫୫ ମିନିଟ୍‌ ୦୬ ସେକେଣ୍ଡ୍‌ । ଯୋଗିନୀ ବାୟବ୍ୟେ, ରାତ୍ରି ୧୧ଟା ୩୯ ମିନିଟ୍‌ ଗତେ ପୂର୍ବେ, ମୃତେ ଏକପାଦ, ରାତ୍ରି ୯ଟା ୪୧ ମିନିଟ୍‌ ଗତେ ଦ୍ୱିପାଦ ପୁଷ୍କର ଦୋଷ । ମାଛ, ମାଂସ ଖାଇବା ମନା, ଖାଇଲେ ମହାପାପ । ଅମୃତବେଳା : ସକାଳ ୬ଟା ୨୪ ମିନିଟ୍‌ ଗତେ, ୯ଟା ୪୦ ମିନିଟ୍‌ ମଧ୍ୟେ, ଅପରାହ୍ଣ ୧୨ଟା ୫୫ ମିନିଟ୍‌ ଗତେ, ୧ଟା ୪୪ ମିନିଟ୍‌ ମଧ୍ୟେ ।

ଆଜିର ରାଶିଫଳ

ମେଷ : ଏକାଦଶ ଚନ୍ଦ୍ର, ଘାତବାର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରି ପାଇବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେଏବଂ ନୂତନ କର୍ମାରମ୍ଭ ଓ ବ୍ୟବସାୟ ଆରମ୍ଭର ସୁଯୋଗ ଜୁଟିବ । ଧନର ସତ୍‌ ବିନିଯୋଗ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟର କିଛି ଅଂଶ କୌଣସି ଆର୍ଥିକ ସଂସ୍ଥାରେ ବିନିଯୋଗ କରିବେ । କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଦଶମ ଚନ୍ଦ୍ର, ପୂର୍ଣ୍ଣିମା ତିଥି ଓ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ ଏବଂ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।

ମିଥୁନ : ଘାତଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ, ବାଣିଜ୍ୟ କର୍ମରେ ବିଘ୍ନ ଦେଖାଦେବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ରହେବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଚକୋଲେଟ୍‌, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।

କର୍କଟ : ଅଷ୍ଟମ ଚନ୍ଦ୍ର ଓ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍‌, ଇଲେକ୍ଟ୍ରିକ୍‌ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗ କରିବେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ସମସ୍ତ କର୍ମ ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତକର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ୍‌, ସଂଖ୍ୟା : ୧, ଆରାଧନା : ମାଭୁବନେଶ୍ୱରୀ ।

ସିଂହ : ସପ୍ତମ ଚନ୍ଦ୍ର, ରବିବାର ଯୋଗୁ ମାନସିକ ଓ ପାରିବାରିକ ଶାନ୍ତି, ପରିବାରରେ ସ୍ୱର୍ଗୀୟ ସୁଖ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପରୋପକାର, ସମାଜସେବା, ଆର୍ଥିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଚାଳିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ଆମୋଦପ୍ରମୋଦ, ମଉଜମଜଲିସ୍‌ରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍‌ଗୁନୀ ସିଂହ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୩, ଆରାଧନା : ମାମାତଙ୍ଗୀ ।

କନ୍ୟା : ଷଷ୍ଠ ଚନ୍ଦ୍ର, ରବିବାର ଓ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ପୁରାତନ ରୋଗରୁ ଆରୋଗ୍ୟ ହେବା ପାଇଁ ସହଜ ଉପାୟ ମିଳିବ । ଋଣ ମୁକ୍ତ ହେବା ପାଇଁ ଉଦ୍ୟମ ଜାରି ରଖିବେ ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା କନ୍ୟା, ସେମାନେ ଉପକୃତ ହେବେ । ଶୁଭରଙ୍ଗ :  ମେରୁନ୍‌, ସଂଖ୍ୟା : ୪, ଆରାଧନା : ମାତ୍ରିପୁରସୁନ୍ଦରୀ ।

ତୁଳା : ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି ଓ ସ୍ମରଣଶକ୍ତିର ବିକାଶ ଘଟିବ ଏବଂ ନୂତନ ବିଦ୍ୟା, କଳା ଓ ସଂସ୍କୃତି ପ୍ରତି ମନରେ ଅଧିକ ଆଗ୍ରହ ରହିବ । ସନ୍ତାନ ମାନଙ୍କ ଶିକ୍ଷା, ଦୀକ୍ଷା ଓ କର୍ମରେ ଉନ୍ନତି ଆସିବ ଏବଂ ପୈତୃକ ସମ୍ପତ୍ତିକୁ ନେଇ ଥିବା ବିବାଦ ଓ ପାରିବାରିକ ବିବାଦର ସମାଧାନ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ଘାତ ନକ୍ଷତ୍ର ଭୋଗ ହେଉଥିବାରୁ କର୍ମଚାରୀ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମାକମଳା ।

ବିଛା : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଓ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ ।ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୩, ଆରାଧନା : ପ୍ରଭୁ ସ୍କନ୍ଦ ।

ଧନୁ : ତୃତୀୟ ଚନ୍ଦ୍ର, ରବିବାର ଓ ପୂର୍ଣ୍ଣମୀ ତିଥି ଭୋଗ ହେଉଥିବାରୁ ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ କର୍ମ ନିଯୁକ୍ତିର ଖବର ମିଳିପାରେ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ, ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ସୁଖବର, ସୁସମ୍ବାଦ ପ୍ରାପ୍ତ ହେବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀ ଜଗନ୍ନାଥ ।

ମକର : ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଆୟର ନୂତନ ମାର୍ଗ ଖୋଲିବ । ଆୟ ଅଧିକ କରିବା ପାଇଁ ଏବଂ ବ୍ୟବସାୟରେ ଉନ୍ନତି ଆଣିବା ନିମନ୍ତେ ନୂତନ କଳାକୌଶଳ ଆପଣାଇବେଏବଂ ଆୟର ନୂତନ ମାର୍ଗ ଖୋଲିବ । ଧନର ସତ୍‌ ବିନିଯୋଗ କରିବେ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମାଦୁର୍ଗା ।

କୁମ୍ଭ : ଶ୍ରୀ ଚନ୍ଦ୍ର, ରବିବାର ଯୋଗୁ ଆମୋଦପ୍ରମୋଦ, ମଉଜମଜଲିସ୍‌ରେ ଅଧିକ ଆଗ୍ରହ ରହିବ । ପରିବାର ସହ କୌଣସି ଧାର୍ମିକ ସ୍ଥଳ କିମ୍ବା ଦର୍ଶନୀୟ ସ୍ଥାନକୁ ଭ୍ରମଣ କରିବେ । ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ମୁକ୍ତି ମିଳିବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତକର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମାକାଳୀ ।

ମୀନ : ଘାତଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ । ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ନିଶ୍ଚିତତାକୁ ପରିତ୍ୟାଗକରି ଅନିଶ୍ଚିତତାର ପଶ୍ଚାତ୍‌ଧାବନ କରିବେ ଏବଂ ସମସ୍ତକର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତକର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ରେବତୀ ମୀନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଧଳା, ସଂଖ୍ୟା : ୯, ଆରାଧନା : ମାତାରା ।