ନୂଆଦିଲ୍ଲୀ ୦୨/୦୯: UPSC ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ। ଏହାକୁ କ୍ରାକ୍‌ କରିବା ଏତେ ସହଜ ନୁହେଁ। ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ UPSC ପରୀକ୍ଷା ଦିଅନ୍ତି। ସେମାନଙ୍କ ମଧ୍ୟରୁ କେବଳ କିଛି ସଫଳତା ପାଇଥାନ୍ତିଏପରି ଜଣେ ସଫଳ ଆଇଏଏସ୍ ଅଧିକାରୀ ହେଉଛନ୍ତି ପରି ବିଷ୍ଣୋଇ। ଯିଏକି ବିଷ୍ଣୋଇ ସମ୍ପ୍ରଦାୟର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ।

ରାଜସ୍ଥାନର ଆଜମେର ବାସିନ୍ଦା ପରି ବିଷ୍ଣୋଇ ।  ୨୬ ଫେବୃଆରୀ ୧୯୯୬ ରେ ତାଙ୍କର ଜନ୍ମ । ତାଙ୍କ ବାପା ମଣିରାମ ବିଷ୍ଣୋଇ ଜଣେ ଓକିଲ ଏବଂ ମାଆ ସୁଶୀଳା ବିଷ୍ଣୋଇ ଅଜମେରରେ ଜଣେ GRP ଅଧିକାରୀ। ପିଲାଦିନରୁ ଉଭୟ ପରିଙ୍କୁ ଆଗକୁ ବଢ଼ିବା ଏବଂ ସେ ଯାହା କରିବାକୁ ଚାହାଁନ୍ତି ତାହା କରିବାକୁ ଉତ୍ସାହିତ କରିଥିଲେ।  ମାତ୍ର ୧୨ ବର୍ଷ ବୟସରେ ଆଇଏଏସ୍ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲେ ପରି। କିନ୍ତୁ, ଏହା ତାଙ୍କ ପାଇଁ ଏତେ ସହଜ ନଥିଲା।

ଜମେରର ସେଣ୍ଟ ମେରୀ କନଭେଣ୍ଟ ସ୍କୁଲରେ ପାଠପଢିଥିଲେ ପରି। ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ସମାପ୍ତ କରିଥିଲେ ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏପରିକି ପରି NET JRF ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ସେ ସିଭିଲ୍ ସେବାରେ କ୍ୟାରିଅର କରିବାକୁ ଚାହୁଁଥିଲେ। ଯେଉଁଥିପାଇଁ ଦୁଇଥର ୟୁପିଏସସିରେ ବିଫଳ ହୋଇଥିବା ପରି ତୃତୀୟ ଥର ୟୁପିଏସସି ପରୀକ୍ଷା ଦେଇଥିଲେ। ଶେଷରେ, ୨୦୧୯ ମସିହାରେ, ସେ UPSC ପରୀକ୍ଷାର ତୃତୀୟ ପ୍ରୟାସରେ ୩୦ତମ ସହିତ IAS ହୋଇଥିଲେ। ତାଙ୍କୁ ସିକିମ୍ କ୍ୟାଡର ଦିଆଯାଇଥିଲା। ବିବାହ ପରେ, ତାଙ୍କୁ ହରିୟାଣା କ୍ୟାଡରକୁ ସ୍ଥାନାନ୍ତର କରାଯାଇଥିଲା। ପରୀଙ୍କ ସ୍ୱାମୀ ଭବ୍ୟ ବିଷ୍ଣୁ ହରିୟାଣା ରାଜ୍ୟର ଜଣେ ଲୋକପ୍ରିୟ ଯୁବ ନେତା

ପରୀ ବିଷ୍ନୋଇ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସେ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଥିଲେ। ସେ ମୋବାଇଲ୍ ଫୋନ୍ ମଧ୍ୟ ବ୍ୟବହାର କରୁନଥିଲେ। ଏକ ସାକ୍ଷାତକାରରେ ପରି କହିଥିଲେ, ସେ UPSC ପରୀକ୍ଷାରେ ପାସ୍ କରିବା ପାଇଁ ସାଧ୍ୱୀ ପରି ଜୀବନଯାପନ କରୁଥିଲେ। ତାଙ୍କ କଠିନ ପରିଶ୍ରମ ଯୋଗୁଁ ସେ ୨୩ ବର୍ଷ ବୟସରେ IAS ଅଧିକାରୀ ହୋଇଥିଲେ।