​​​​​​​ବଡ଼ମ୍ବା, ୩।୧୧ : ବଡ଼ମ୍ବା ରଗଡ଼ିପଡ଼ାରେ ହୃଦୟ ବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଡି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ  ୨ ଜଣ ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ମୃତକମାନେ ହେଲେ ଶୁଭମ ନାଏ( ୩), ଶିବାନୀ  ନାଏକ( ୫) ଓ ଅଙ୍କିତ ନାଏକ (୭)।

ଶୁଭମ, ଶିବାନୀ ଓ ଅଙ୍କିତ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲେ। ଖେଳୁଥିବା ବେଳେ  ପଡୋଶୀଙ୍କ ପାଇଖାନା ଟାଙ୍କିର ଢାଙ୍କୁଣୀ ହଠାତ ଭାଙ୍ଗି ଯିବା ଫଳରେ ୩ ଜଣ ଏହା  ଭିତରେ ପଡିଯାଇଥିଲେ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ସେଠାରେ ମୃତ ଘୋଷଣା କରାଯିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଭଳି ହୃଦୟ ବିଦାରକ ଘଟଣାକୁ ନେଇ କାନ୍ଦବୋବାଳିରେ ଫାଟିପଡୁଛି ଗାଁ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।