ଭୁବନେଶ୍ବର,୨୯।୧୦  ଭିଜିଲାନ୍ସ ଜାଲରେ ଟିଟିଲାଗଡ ସହକାରୀ ସିଟି ଓ ଜିଏସଟି ଅଧିକାରୀ ।  ଜିଏସଟି ଫାଇନକୁ ରଫାଦଫା କରିବା ପାଇଁ ଜଣେ ବ୍ୟବସାୟୀଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଟିଟିଲାଗଡ ସହକାରୀ ସିଟି ଓ ଜିଏସଟି ଅଧିକାରୀ ଜଣକ ହେଲେ ଉମାକାନ୍ତ ମହାକୁର।

ଜଣେ ବ୍ୟବସାୟୀ  ୩ ବର୍ଷ ହେଲା ପ୍ରଫେସନାଲ ଟ୍ୟାକ୍ସ ୭୫୦୦ ଟଙ୍କା ପୈଠ କରି ନ ଥିଲେ। ସେଥିପାଇଁ ଜରିମାନା ସହ ମୋଟ୍ ୨୩, ୬୦୦ ଟଙ୍କା ଦେବାକୁ ଉମାକାନ୍ତ ତାଙ୍କୁ ନୋଟିସ କରିଥିଲେ। ଏ ନେଇ ବ୍ୟବସାୟୀ ଜଣକ  ଉମାକାନ୍ତଙ୍କୁ ଦେଖା କରିଥିଲେ।  କେବଳ ଟ୍ୟାକ୍ସ ଟଙ୍କା ନେବାକୁ କହିଥିଲେ। ତେବେ ଜରିମାନା କାଟିବା ପାଇଁ ସହକାରୀ ଜିଏସଟି ଅଧିକାରୀ ଉମାକାନ୍ତ ୧୨  ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ  ସମ୍ପର୍କରେ ବ୍ୟବସାୟୀ ଜଣକ ଭିଜିଲାନ୍ସ​‌ରେ ଜଣାଇଥିଲେ।  ବୁଧବାର ସହକାରୀ ଜିଏସଟି ଅଧିକାରୀ ଉମାକାନ୍ତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ତାଙ୍କ ଠାରୁ ୧୨ ହଜାର ଟଙ୍କା  ଭିଜିଲାନ୍ସ ଜବତ କରିଥିଲା।