ନୂଆପଡ଼ା,୦୯/୧୧: ନୂଆପଡ଼ାରେ ଜମୁଛି ପ୍ରଚାର । ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ନୂଆପଡ଼ା ଜିଲ୍ଲା ଗସ୍ତରେ  ଆସୁଛନ୍ତି । ସ୍ଥାନୀୟ ପୁଲିସ ପଡ଼ିଆରେ ଆୟୋଜିତ  ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରବିବାରରେ ନୂଆପଡ଼ା  ପହଞ୍ଚିବେ । ଅପରାହ୍ନ ୧ଟାରେ  ପୁଲିସ ପଡ଼ିଆସ୍ଥିତ ନିର୍ବାଚନୀ  ସଭାରେ ଯୋଗଦେଇ  ସମାଜବାଦୀ ପାର୍ଟି ପ୍ରାର୍ଥୀ ରାମାକାନ୍ତ ହାତୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ । ଏଥିରେ ସମାଜବାଦୀ ପାର୍ଟି  ରାଜ୍ୟ ପ୍ରଭାରୀ ସୁନିଲ ସିଂ ଯାଦବ, ରାଜ୍ୟ ସଭାପତି  ଶିବ ହାତୀ ଉପସ୍ଥିତ ରହିବେ । ନୂଆପଡ଼ାକୁ ଆମର  ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆସିନୁ, ଦେଶରେ ବିଜେପିର ବିଜୟ ରଥକୁ ଅଟକାଇବାକୁ ଆସିଛୁ  ବୋଲି ବିଏସପି ପ୍ରଭାରୀ ଶ୍ରୀ ଯାଦବ କହିଛନ୍ତି ।