​​​​​​​ପୁରୀ, ୧୪।୧୦ : ପୁଣି ପୁରୀ ସମୁଦ୍ରରେ ଅଘଟଣ। ରିପ୍ କରେଣ୍ଟରେ ପଡି ସମୁଦ୍ର ଭିତରକୁ ଭାସି ଗଲେ ପର୍ଯ୍ୟଟକ। ସମୁଦ୍ର କୂଳ ସେକ୍ଟର ୭ ରେ ଘଟିଛି ଏଭଳି ଘଟଣା। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବ ଙ୍ଗର ଦେବାଶ ଆଚାର୍ଯ୍ୟ। ଲାଇଫଗାର୍ଡ ମାନେ ଦେବାଶ ଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ବିଭିନ୍ନ ସମୟରେ ରିପ୍ କରେଣ୍ଟରେ ପଡି ସମୁଦ୍ରରେ ଅନେକ ପର୍ଯ୍ୟଟକ ଭାସି ଯାଉଥିବା ନଜର ରହିଛି। ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭାବ, ଆବଶ୍ୟକ ଅନୁସାରେ ଲାଇଫ ଗାର୍ଡ ମୁତୟନ ନହେବା, ଲାଇଫ ଗାର୍ଡ ମାନଙ୍କୁ ଅତ୍ୟାଧୁନିକ ଉପକରଣ ନଯୋଗାଇବା, ନିଶା ସେବନ କରି ସମୁଦ୍ରରେ ସ୍ନାନ କରିବା ଯୋଗୁ ଏଭଳି ଘଟଣା ଘଟୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ ରହିଛି।