ଗଜପତି,୫।୧୦ : ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ଉପରମୁଣ୍ଡରେ ଏବଂ ପାହାଡ ଉପରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳପପ୍ରାତଗୁଡିକର ଜଳସ୍ରୋତ ଏବଂ ଜଳସ୍ତର ବଢି ଯାଇଛି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏବଂ ଅଘଟଣକୁ ଦୃଷ୍ଟିରେ ରଖି ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ନ ଛାଡିବାକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିଷ୍ପତ୍ତି ନେଇଛନ୍ତି।ଏ ନେଇ ଗଜପତି ଏସପି, ପାରାଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ, ଏବଂ ବିଡିଓଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି।ଅଘଟଣକୁ ଏଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।