ଭଦ୍ରକ, ୧୨/୧୦: ଭଦ୍ରକ ଟାଉନ ଥାନା ଏଏସଆଇ ସୁଶାନ୍ତ ନାୟକଙ୍କୁ ଭଦ୍ରକ ଏସପି ମନୋଜ ରାଉତ ନିଲମ୍ବିତ କରିଛନ୍ତି। ଥାନାରେ ଡିୟୁଟିରେ ଅବହେଳା, ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ହଟାଯାଇଛି। ଶ୍ରୀ ନାୟକଙ୍କ ବିରୋଧରେ କିଛି ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଏହାର ତଦନ୍ତ ପରେ ତାଙ୍କୁ କାର୍ଯ୍ୟରୁ ହଟାଯାଇଛି ବୋଲି ଜଣାପଡିଛି।
ଭଦ୍ରକ ଜିଲ୍ଲାରେ ଜଣକ ପରେ ଜଣେ ପୁଲିସ ନିଲମ୍ବିତ ହେଉଛନ୍ତି। ଗତ ୩ ଦିନ ତଳେ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା ଏକ ଘରୋଇ ମାମଲାର ତଦନ୍ତ କରିବାକୁ ମଧ୍ୟସ୍ଥି ପଠାଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ଶ୍ରୀ ଜେନାଙ୍କୁ ନିଲମ୍ବିତ କରାଯାଇଥିଲା। ଗତମାସରେ ଧାମନଗର ଥାନାର ଜଣେ ପୁଲିସ ନାବାଳିକା ମାମଲାର ତଦନ୍ତ ନିମନ୍ତେ ଟଙ୍କା ମାଗି ବାରୁ ତାଙ୍କୁ କାର୍ଯ୍ୟରୁ ନିବୃତ କରାଯାଇଥିଲା। ପୁଣି ରବିବାର ଆଉ ଜଣେ ପୁଲିସ ନିଲମ୍ବିତ ହୋଇଛନ୍ତି। ଏସପିଙ୍କ କଡା ତାଗିଦ ସ୍ବତ୍ତେ ପୁଲିସ କର୍ମଚାରୀ କାର୍ଯ୍ୟରେ ଅବହେଳା କରି ଜଣକ ପରେ ଜଣେ ବଳି ପଡୁଛନ୍ତି।