ଚନ୍ଦନେଶ୍ବର,୧୨/୧୦ : ଗୋଟିଏ ଦିନରେ କୋଟିପତି ବନି ଗଲେ ଜଣେ ଟ୍ରଲର ମାଲିକ। ସମୁଦ୍ରକୁ ମାଛ ମାରିବାକୁ ଯାଇ ଜାଲରେ ଲାଗିଲା ୯୦ଟି ତେଲିଆ ଭୋଲା ମାଛ। ଯାହାକୁ କଲିକତାର ଗୋଟିଏ ଫାର୍ମା କମ୍ପାନୀର ମାଲିକ ଅଜିତ ବାଡ଼ଇ ୧କୋଟି ଟଙ୍କାରେ କିଣିଛନ୍ତି।

ସୂଚନା ଅନୁଯାଇ ଗତକାଲି ପଶ୍ଚିମବଙ୍ଗର ଆସିଖ ଖାନ ନାମକ ଜଣେ ଟ୍ରଲର ମାଲିକ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲାବେଳେ ତାଙ୍କ ଜାଲରେ ଲାଗିଥିଲା ୯୦ଟି ବଡ଼ ବଡ଼ ତେଲିଆ ଭୋଲା ମାଛ । ମାଛକୁ ନେଇ ଦିଘା ମୁଁହାଣ ନିକଟରେ ପହଂଚିବା ପରେ ଏହି ମାଛର ମୂଲ୍ୟ ୧କୋଟିରେ ନିର୍ଦ୍ଧାରଣ ହୋଇଥିଲା। ଆଉ ଏହାକୁ କିଣିବା ପାଇଁ କଲକାତାର ଏକ ବଡ଼ ଫର୍ମା କମ୍ପାନୀର ମାଲିକ ଅଜିତ ବାଡଇ ପହଂଚି ୯୦ ମାଛକୁ ୧କୋଟି ଟଙ୍କାରେ କିଣି ଥିଲେ । ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୩୦ ରୁ ୩୫ କେଜି ରହିଥିଲା।ଏହି ମାଛର ବିଭିନ୍ନ ଅଂଶ ଔଷଧ ତିଆରିରେ ବ୍ୟବହୃତ ହୁଏ ସେଥିପାଇଁ ଏହା ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଜଣାପଡ଼ିଛି।