ଭୁବନେଶ୍ବର, ୨୮/୧୦ : ଦକ୍ଷିଣ ଓଡ଼ିଶାରେ ବାତ୍ୟା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାରେ ଗଛ ପଡ଼ିଛି । ଗଛ କାଟିବାକୁ ଅଗ୍ନିଶମ ବାହିନୀ ପହଞ୍ଚି ଗଲାଣି । ଗଜପତି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିଛି । ଗଛ ସହ ମାଟି ଅତଡ଼ା ଖସିଛି । ୨୨ଟି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଆର ଉଦୟଗିରିରେ ଗଛ ଅଧିକ ପଡ଼ିଛି । ପାରଳାଖେମୁଣ୍ଡି, ଗୁମା, ଗଞ୍ଜାମ ଅଞ୍ଚଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ସେଠାରେ ମଧ୍ୟ ଗଛ ଉପୁଡ଼ିଛି । ଆର ଉଦୟଗିରିର ଅନେକ ସ୍ଥାନରେ ଭୁସ୍ଖଳନ ହୋଇଛି । କିନ୍ତୁ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଥିବା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।
ପୁରୀ ସହରରେ ଦୁଇଟି ସ୍ଥାନରେ ପାଣି ପଶିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ପମ୍ପ୍ ବ୍ୟବସ୍ଥା କରାଯାଇଛି । ପାଣିପାଗ ସୂଚନା ଅନୁଯାୟୀ ୩ ରୁ ୪ଘଣ୍ଟା ମଧ୍ୟରେ ସ୍ଥଳ ଭାଗ ଦେଇ ଗତି କରିବ। ଅଗ୍ନିଶମ ବାହିନୀର ୧୩୦ଟି ବିଭିନ୍ନ ଦଳ ଅଛନ୍ତି । ୨୪ଘଣ୍ଟିଆ ଟିମ୍ ଭୁବନେଶ୍ୱରର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି । ବୋଟ୍ ଏବଂ ଲାଇଫ ଜ୍ୟାକେଟ, ସ୍କା ଲାଇଟ୍ ପ୍ରସ୍ତୁତ ରହିଛି । ସମ୍ପର୍ଣ୍ଣ ଭାବେ ଅଗ୍ନିଶମବାହିନୀ ପ୍ରସ୍ତୁତ ରହିଛି । ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଡାକବାକ୍ସ ଯନ୍ତ୍ରରେ ଲୋକଙ୍କୁ ବାରଣ କରାଯାଉଛି ।