ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ଉପରେ ଲାଗିବ ୫୦୦% ଟାରିଫ୍, ଋୁଷରୁ ତେଲ କିଣୁଥିବା ଦେଶ ଉପରେ କଠୋର ଆଇନ୍ ଆଣିବେ ଟ୍ରମ୍ପ

Published By : Ankita S | July 12, 2025 11:39 AM

ନୂଆଦିଲ୍ଲୀ,୧୨/୦୭: ଆମେରିକା ରାଷ୍ଟ୍ରପତି ଦେବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ମନ୍‌ମାନି ଚଲାଇଛନ୍ତି । ଗୋଟିଏ ପରେ ଗୋଟିଏ ଦେଶ ଉପରେ ଟାରିଫ୍ ବୋଝ ଲଦୁଛନ୍ତି । ଯାହାକୁ ନେଇ ବିଶ୍ୱ ବାଣିଜ୍ୟରେ ହଲଚଲ ଦେଖିବାକୁ ମିଳିଛି । ନିକଟରେ ଜାପାନ, କାନାଡା,ବାଂଲାଦେଶ ସମେତ ୨୧ ଦେଶ ଉପରେ ଶୁଳ୍କ ଘୋଷଣା କରିବା ପରେ ଏବେ ପୁଣି ଭାରତ ଉପରେ ଟାରିଫ୍ ଲଗାଇବାକୁ ପ୍ଲାନ କରୁଛନ୍ତି । ଋଷଠୁ ତେଲ, ଗ୍ୟାସ ଓ ୟୁରାନିୟମ ଭଳି ଶକ୍ତି ପରି ଉତ୍ପାଦ କିଣୁଥିବା ଦେଶ ଅର୍ଥାତ ଚୀନ ଓ ଭାରତ ଉପରେ ୫୦୦ପ୍ରତିଶତ ଶୁଳ୍କ ଲଗାଇବାକୁ ସଙ୍କେତ ଦେଇଛନ୍ତି । ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରୁଛନ୍ତି । 

ଟ୍ରମ୍ପଙ୍କର ଏହି ପଦକ୍ଷେପର ଉଦ୍ଦେଶ୍ୟ ଋଷର ଉର୍ଜା ଆୟକୁ ରୋକି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବାକୁ ଚାପ ପକାଇବା । ଏହି ପ୍ରସ୍ତାବିତ ଆଇନ୍‌ ଏପ୍ରିଲରେ ରିପ୍ଲବିକ୍ ସିନେଟର ଲିଡସେ ଗ୍ରାହମ ଏବଂ ଡେମୋକ୍ରେଟ ସିନେଟର ରିଚର୍ଡ ବ୍ଲୁମଥଲ ଦ୍ୱାରା ଆମେରିକା ସିନେଟରେ ଉପସ୍ଥାପତି ହୋଇଥିଲା । ବିଲରେ ଋଷର ବୈଶ୍ୱିକ ଶକ୍ତି ଉପରେ ରୋକ ଲଗାଇବା, ଋଷ କମ୍ପାନୀ, ସରକାରୀ ସଂସ୍ଥା ଏବଂ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧ ଏବଂ ଋଷ ତେଲ, ଗ୍ୟାସ, ୟୁରାନିୟନ କିଣୁଥିବା ଦେଶ ଉପରେ ୫୦୦ ପ୍ରତିଶତ ଟାରିଫ୍ ଲଗାଇବାର ପ୍ରାବଧାନ ରହିଛି ।

କ୍ୟାବିନେଟ ବୈଠକରେ ଟ୍ରମ୍ପ କହିଛନ୍ତି, ''ଏହା ସମ୍ପୂର୍ଣ୍ଣ ମୋର ନିଷ୍ପତ୍ତି । ସେମାନେ (କଂଗ୍ରେସ ) ବିଲ୍‌ ପାସ୍ କରନ୍ତୁ ବା  ନକରନ୍ତୁ, ମୁଁ ଏହାକୁ ଲାଗୁ କରିପାରେ ରୋକି ବି ପାରେ । ମୁଁ ଏହା ଉପରେ ଗୁରୁତର ସହିତ ବିଚାର କରୁଛି ।'' ନିକଟରେ ଟ୍ରମ୍ପ ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ପୁଟିନଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ । ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ତାଙ୍କ ପଦକ୍ଷେପରେ ପରିବର୍ତ୍ତନର ସଙ୍କେତ ଦେଉଛି ।

ଭାରତ-ଚୀନ ଉପରେ ପଡିବ ସିଧା ପ୍ରଭାବ- ଯଦି ଏହି ଆଇନ୍ ପାସ୍ ହେଉଛି ଏବଂ ଟ୍ରମ୍ପ ଏହାକୁ ଲାଗୁ କରୁଛନ୍ତି ତେବେ ଭାରତ ଓ ଚୀନ ପରି ଦେଶ ଯିଏକି ଋଷ ପାଖରୁ ତେଲ ଏବଂ ଗ୍ୟାସ କିଣୁଛନ୍ତି ସେମାନଙ୍କୁ ଆମେରିକାରେ ସେମାନଙ୍କ ଉତ୍ପାଦ ଉପରେ ୫୦୦ ପ୍ରତିଶତ ଟାରିଫ୍ ବୋଝ ଉଠାଇବାକୁ ପଡିବ । ଏଥିରେ ଭାରତ-ଆମେରିକା ବ୍ୟବସାୟିକ ସମ୍ପର୍କ ଉପରେ ପ୍ରଭାବ ପଡିପାରେ ।

କାନାଡା ଉପରେ ୩୫% ଟାରିଫ୍ ଲଦିଥିଲେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କାନାଡା ଉପରେ ୩୫% ଟାରିଫ୍‌ ଘୋଷଣା କରିଥିଲେ । ଆସନ୍ତା ମାସରୁ କାନାଡାରୁ ଆସୁଥିବା ଆମଦାନି ଉପରେ ଏହା ଲାଗୁ ହେବ ବୋଲି ସେ କହିଥିଲେ । ଏହାସହିତ ଅନ୍ୟାନ୍ୟ ବାଣିଜ୍ୟିକ ସହଯୋଗୀଙ୍କ ଉପରେ ୧୫% କିମ୍ବା ୨୦%ର ବ୍ଲାଙ୍କେଟ୍‌ ଟାରିଫ୍‌ ଲଗାଇବାକୁ ଯୋଜନା କରୁଥିବା ସେ କହିଥିଲେ । କାନାଡା ଯଦି ପାଲଟା ଟିକସ ଲାଗୁ କରେ, ଏ ଟାରିଫ୍‌କୁ ଆହୁରି ବଢ଼ାଇ ଦିଆଯିବ ବୋଲି କହିଥିଲେ ଟ୍ରମ୍ପ । ଅଗଷ୍ଟ ପହିଲାରୁ ଏହି ଟାରିଫ୍ ଲାଗୁ ହେବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.