ଫିରିଙ୍ଗିଆ,୧୮/୧୦ :  ଅସହାୟ ଅବସ୍ଥାରେ ଦୁଇ ନାବାଳକ ଭାଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପଲାବୃଡ଼ି ପଞ୍ଚାୟତ ଉପର ଶ୍ରୀଗୁଣୀ ଗାଁରେ। ସାପ କାମୁଡ଼ାରେ ସେପ୍ଟେମ୍ବର ୨୭ତାରିଖ ଦିନ ରାତିରେ ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ମାତ୍ର ଗୋଟିଏ ମାସ ପରେ ବାପାଙ୍କର ଅଚାନକ ମୃତ୍ୟୁ ଘଟିବା ପରେ ଦୁଇ ଜଣ ନାବାଳକ ପୁଅ ଅନାଥ ହୋଇଯାଇଛନ୍ତି । ବର୍ତ୍ତମାନ ପର ଘରେ ଆଶ୍ରୟ ନେବା ସହ ବହୁ ଅସୁବିଧାରେ ଚଳୁଛନ୍ତି l

ସୂଚନା ଅନୁସାରେ, ପଲାବୃଡ଼ି ପଞ୍ଚାୟତ ୧୪ନମ୍ବର ୱାର୍ଡ଼ ଉପର ଶ୍ରୀଗୁଣୀ ଗାଁରେ ଚଳିତ ବର୍ଷ ଜୁଲାଇ ମାସରେ ଘରେ ଶୋଇଥିବା ଅବସ୍ଥାରେ ରାତିରେ ଲକ୍ଷ୍ମଣ ବିନ୍ଧାଣିଙ୍କ ସ୍ତ୍ରୀ ମଲିଙ୍କୁ ବିଷାକ୍ତ ସାପ କାମୁଡ଼ି ଥିଲା । ତୁରନ୍ତ ପରିବାର ଲୋକେ ଗୋଛାପଡ଼ା ମେଡ଼ିକାଲ ଓ ଫୁଲବାଣୀ ମେଡିକାଲକୁ ଆଣିଥିଲେ ସେଠି ଡାକ୍ତର ମୃତ ଘୋଷାଣ କରିଥିଲେ ଓ ଗ୍ରାମବାସୀ ମେଡ଼ିକାଲକୁ ନେଇଥିଲେ ମଧ୍ୟ ମେଡ଼ିକାଲରେ ଡାକ୍ତର ମଲି ବିନ୍ଧାଣୀକୁ ମୃତ ଘୋଷଣା କରିଥିଲେ l ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଲକ୍ଷ୍ମଣ ନିଜର ୯ବର୍ଷର ପୁଅ ଶିବୁ ଏବଂ ୫ବର୍ଷର ପୁଅ ଆଦର୍ଶକୁ ଧରି ଘରେ ରହୁଥିଲେ l ମାତ୍ର ଦୁଇ ମାସ ମଧ୍ୟରେ ଚିନ୍ତାରେ ଚଳିତ ଅକ୍ଟୋବର ମାସ ୧୫ତାରିଖରେ ନିଜେ ଲକ୍ଷ୍ମଣ ବିନ୍ଧାଣିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ବାପାଙ୍କ ମୃତ୍ୟୁ ପରେ ଦୁଇ ନାବାଳକ ଭାଇ ଦୁନିଆ କଣ ବୁଝିବା ପୂର୍ବରୁ ବାପାଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡିବା ସହ ଅନାଥ ହୋଇଗଲେ l

ନିଜର ବାପା ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ନିଜେ ରହିବା ଓ ଚଳିବା ପାଇଁ ଅସହାୟ ଅବସ୍ଥାରେ ନିଜ ବଡ଼ ବାପା ଗୁମ୍ବୁରୀ ବିନ୍ଧାଣିଙ୍କ ଘରେ ଆଶ୍ରୟ ନେଇଛନ୍ତି l ଗୁମ୍ବୁରୀ ବିନ୍ଧାଣି ମଧ୍ୟ ଜଣେ ଅସହାୟ କୁଲି ମଜୁରୀ ସହ ଲୁହା ଶାଳ କାମ କଲେ  ନିଜର ପେଟ ପୋଷିବା ସହ ନିଜର ୪ପୁଅ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ବଡ଼ କଷ୍ଟରେ ଚଳୁଛନ୍ତି l ର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଗୋଟିଏ ଜାଗାରେ ଚଳେଇବା ମଧ୍ୟ କଷ୍ଟକର ହୋଇ ପଡିଛି l ର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳି ପାରିନାହିଁ l ତୁରନ୍ତ ସମସ୍ୟାକୁ ଅନୁଭବ କରି ସରକାରଙ୍କ ତରଫରୁ ଦାୟିତ୍ୱ ନେଇ ଦୁଇ ନାବାଳକ ପୁଅ ଶିବୁ ଓ ଆଦର୍ଶକୁ କିଭଳି ହଷ୍ଟେଲରେ ରହି ପାଠ ପଢିବା ସହ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ତରଫରୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଗାଁର ବଡ଼ ବାପା ଗୁମ୍ବୁରୀ ବିନ୍ଧାଣି, ଦେବେନ୍ଦ୍ର କହଁର, ପାଲୁ କହଁର, ମାଡ଼ିଆ ବିନ୍ଧାଣି, ବେନ୍ଦ୍ର କହଁରଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି l

ଏ ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ତାଙ୍କର ଥଇଥାନ ଓ ପାଠ ପଢିବା ବ୍ୟବସ୍ଥା କିଭଳି ହୋଇପାରିବ ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠିଙ୍କୁ  ଆରଆଇ ପଚାରିବାରୁ ନାବାଳକଙ୍କ ମା’ ମଲି ବିନ୍ଧାଣିଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବାରୁ ସନ୍ଧ୍ୟା ରାଣୀ ସାହୁ ଓ ମିଥୁନ ଦିଗାଲ ଟିମ୍ ଘରକୁ ଯାଇ ତଦନ୍ତ କରି ଆସିଛୁ ତୁରନ୍ତ ସରକାରଙ୍କ ଦ୍ୱାରା ମିଳୁଥିବା ସୁବିଧା ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି l