ନିଳଗିରି,୨୧/୯ : ସ୍ଥାନୀୟ ଓଲଡଙ୍ଗ ଛକ ନିକଟରେ ରବିବାର ଅପରାହ୍ନ ୫ଟା ସମୟରେ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଗୁରୁତର ହୋଇପଡ଼ିଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ନିଳଗିରି ଏନଏସି ଅଧିନ ୯ନମ୍ୱର ୱାର୍ଡ ସିମୁଳିଆ ଗ୍ରାମର ନରସିଂହ ବାରିକଙ୍କ ପୁଅ ରବୀନ୍ଦ୍ର ବାରିକ (୩୬) ଘରୁ ସାଇକେଲରେ ନିଳଗିରି ଆସୁଥିବା ବେଳେ ଶେରଗଡ଼ ପଟୁ ଆସୁଥିବା ଏକ ବାଇକ୍ ଆରୋହୀ ଦ୍ରୁତ ଗତି ରେ ଆସି ତାଙ୍କୁ ଓଲଡଙ୍ଗ ଛକ ନିକଟରେ ଧକ୍କା ଦେଇଥିଲା । ରବିନ୍ଦ୍ରର ମୁଣ୍ଡରେ ଓ ଛାତିରେ ଗଭୀର ଆଘାତ ଲାଗିଥିବାବେଳେ ସାଇକେଲଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି।
ସେହିପରି ବାଲେଶ୍ଵର ଅଞ୍ଚଳର ଶକ୍ତି ସ୍ବାଇଁ ଗୁରୁତର ହୋଇଥିବାବେଳେ ସରୋଜ ବେହେରା ଆହତ ହୋଇଛନ୍ତି। ଖବରପାଇ ନିଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ନିଳଗିରି ମେଡ଼ିକାଲକୁ ଆଣିବାକୁ ବ୍ୟବସ୍ଥା କରାଇବା ସହ ବାଇକଟି ଜବତ କରିଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ରବୀନ୍ଦ୍ର ବାରିକ ଓ ସରୋଜକୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।