ସୋର, ୨୨/୧୦ : ଗତକାଲି ସୋର ଉପକାରାଗାରରୁ ଜଣେ କଏଦୀ ଫେରାର ହୋଇଯିବା ଘଟଣାରେ ଦୁଇ ଜଣ ୱାର୍ଡେନଙ୍କୁ ସସପେଣ୍ଡ କରାଯାଇଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଏଠାରେ ରହୁଥିବା ଝାଡ଼ଖଣ୍ଡ ବୋକାରୋ ଷ୍ଟିଲ୍ ସିଟି ଧାନବାଦ ଅଞ୍ଚଳର ଦୀପକ କୁମାର ରାୟ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ।

ଏହି ଘଟଣା ଜଣା ପଡ଼ିବା ପରେ ବାରିପଦା ସର୍କଲ ଜେଲର ଜେଲର ମନରଞ୍ଜନ ପ୍ରତିହାରୀ ରାତିରେ ତଦନ୍ତ କରି ଫେରିଥିଲେ । ଆଜି ମଧ୍ୟାହ୍ନରେ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଉପକାରାଗାରରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ଏହାପରେ ଜେଲରେ କାର୍ଯ୍ୟରତ ଦୁଇ ୱାର୍ଡେନ ବନମାଳୀ ବେହେରା ଏବଂ ବିକାଶ ବେହେରାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ସସପେଣ୍ଡ କରାଯାଇଛି।