ସିନ୍ଧେକେଲା,୨୮/୧୦: ଗଛରେ ଝୁଲୁଛି ଅଜଣା ମୃତଦେହ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି। କୌଣସି କାରଣ ବଶତଃ ସ୍ଥାନୀୟ ଲୋକ ନିଜ ବିଲକୁ ଯାଇଥିବା ବେଳେ ଶୁଣ୍ଢୀମୁଣ୍ଡା -ମାଲପଡା ନିକଟରେ ଥିବା ଏକ ପଳସା ଗଛରେ ମୃତଦେହ ଝୁଲିଥିବା ଦେଖିବାକୁ ପାଇଥିଲେ । ତେବେ ମୃତଦେହ ପଚି ଦୁର୍ଗନ୍ଧ ବାହାରୁଥିବା ବେଳେ ଶବର ପରିଚୟ ମିଳିପାରିନାହିଁ । ତେବେ ଖବର ଲେଖିବା ମଧ୍ୟରେ ସ୍ଥାନୀୟ ସିନ୍ଧେକେଲା ପୁଲିସ ମୃତଦେହ ପାଖକୁ ଏ ପର୍ଯ୍ୟନ୍ତ ପହଁଞ୍ଚି ପାରିନାହିଁ।