କୁକୁଡାଖଣ୍ଡି, ୩୦/୧୦: ମୁକୁଳା ନାଳରେ ଭାସୁଛି ଅଜଣା ମୃତଦେହ। ଗଞ୍ଜାମ ସଦର ଥାନା ମାୟାପୁରୀର ବଡ଼ ନାଳରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ଜଣେ ବୟସ୍କ ବ୍ୟକ୍ତିଙ୍କର ହୋଇଥିବା ପୁଲିସ ସୂଚନା ଦେଇଛି ।
ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ସଦର ଥାନା ମାୟାପୁରୀର ବଡ଼ ନାଳରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବିଇଏମସିକୁ ଖବର ଦେଇଥିଲେ। ପରେ ଥାନା ସୀମାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। କେଉଁ ଥାନାରେ ଏହା ଯାଉଛି ତାହାକୁ ନେଇ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଏହା ଗୋଶାଣୀନୁଆଁ ଗାଁ ଥାନାରେ ଯାଉଥିବା ନେଇ ଜଣାପଡ଼ିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହଟି ଜଣେ ବୟସ୍କ ବ୍ୟକ୍ତିଙ୍କର ହୋଇଥିବା ପୁଲିସ ସୂଚନା ଦେଇଛି। ଏହା ମୁକୁଳା ନାଳ ହୋଇଥିବା ଯୋଗୁଁ କେହି ବୃଦ୍ଧ ଅସାବଧାନତାବଶତଃ ପଡ଼ିଯାଇଥିବା ଅନୁମାନ କରାଯାଉଛି।