ନୂଆଦିଲ୍ଲୀ: ନେପାଳର କରନାଲି ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଖବର ମୁତାବକ, ରୁକୁମ ପଶ୍ଚିମ ଜିଲ୍ଲାର ଝାରମା ଅଞ୍ଚଳରେ ଏକ ଜିପ୍ ଘାଟିରୁ ଖସିପଡ଼ିବାରୁ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ତେବେ ଏହି ଦୁର୍ଘଟଣାରେ ଅନ୍ୟ ଦଶ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୋଟ୍ ୧୮ ଜଣଙ୍କୁ ନେଇ ଯାତ୍ରା କରୁଥିବା ଏହି ଜିପଟି ଏକ ପାର୍ବତ୍ୟାଞ୍ଚଳ ରାସ୍ତାରୁ ୭୦୦ ଫୁଟ ଗଭୀର ଖାଇରେ ଖସିପଡ଼ିଥିବା ଜଣାପଡ଼ିଛି।

କାଠମାଣ୍ଡୁରୁ 500 କିଲୋମିଟର ଦୂର ଝାରମାରରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ମୁତାବକ ଉକ୍ତ ଜିପଟି ମୁସିକୋଟର ଖଲାଙ୍ଗାରୁ ଆଥବିସକୋଟର ସିଆଲିଡିକୁ ଯାତ୍ରା କରୁଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଘଟଣାସ୍ଥଳରେ ସାତ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅନ୍ୟ ଜଣେ ବ୍ୟକ୍ତିହ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସମସ୍ତ ମୃତ ବ୍ୟକ୍ତିଙ୍କ ବୟସ ୧୫ ରୁ ୩୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ବାକି ୧୦ ଜଣ ଆହତଙ୍କୁ ରୁକୁମ ଜିଲ୍ଲାର ଏକ ସ୍ଥାନିୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।