ଭୁବନେଶ୍ବର,୯।୯ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର କୃଷି ବିଭାଗର ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ) ବିଶ୍ବନାଥ ଦାସ। ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଗ୍ରାମ କୃଷି କର୍ମଚାରୀ।

ବିଶ୍ଵନାଥ ଦାସ ସେହି କିଶୋରନଗର ବ୍ଲକରେ ବ୍ଲକ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ରଞ୍ଜନ କୁମାର ପ୍ରଧାନଙ୍କ ଠାରୁ  ବିରି, ମୁଗ ,ରାଶି ଏବଂ ଔଷଧ ବିତରଣର ୟୁଟିଲାଇଜେସନ ସାର୍ଟିଫିକେଟ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ରଞ୍ଜନ କୁମାର ପ୍ରଧାନ ଅନୁଗୋଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ରଞ୍ଜନ କୁମାର ପ୍ରଧାନ ବିଶ୍ଵନାଥ ଦାସଙ୍କୁ ୨୦ହଜାର ଟଙ୍କା ଲାଞ୍ଚ  ଦେଉଥିବାବେଳେ ଅନୁଗୋଳ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ କାବୁ କରାଯିବା ସହ ସମସ୍ତ ଟଙ୍କା ଜବତ କରି