ପାଟଣାଗଡ଼ ୨୯|୯(ଆପ୍ର) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଗେର୍ଡା ଗାଁ ର ୩/୪ ୱ।ର୍ଡରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ  ସୋମବାର ଗ୍ରାମବାସୀ ବିକ୍ଷୋଭ  କରିଛନ୍ତି। ଗ୍ରାମର ଶତାଧିକ ମହିଳା ପୁରୁଷ ଏପରି କି ଗର୍ଭବତୀ ପ୍ରସୁତୀ ମହିଳାମାନେ ଅଙ୍ଗନଓ୍ବାଡି କର୍ମୀଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ପହଞ୍ଚିନଥିବା ରୁ ପରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଘଟଣା ସଂପର୍କରେ ଲିଖିତ ଭାବରେ ଅବଗତ କରାଇଥିବା ଜଣାପଡିଛି। 

ଅଭିଯୋଗ ଅନୁସାରେ, ଦୀର୍ଘ ଆଠ ବର୍ଷ ହେବ ଅଙ୍ଗନୱାଡ଼ି କର୍ମୀ ଲୋଚନା କୁମ୍ଭାର ଉକ୍ତ ୩ ଓ ୪ ୱ।ର୍ଡ ସେଣ୍ଟର ଦାୟିତ୍ୱ ରେ ଅଛନ୍ତି। ଏପରି କି ଗାଁ ରେ ଏହି ୱ।ର୍ଡ ପାଇଁ କେନ୍ଦ୍ର ନ ଥିବାରୁ ସେ ତାଙ୍କ ନିଜ ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚଳାଉଛନ୍ତି।  ଗାଁ ରେ ଥିବା ଗର୍ଭବତୀ ,ପ୍ରସୁତୀ, ମହିଳା ସମେତ କିଶୋରୀ ବାଳିକାମାନଙ୍କୁ ଠିକ୍ ସମୟରେ ଛତୁଆ, ଅଣ୍ଡା,ବାଦାମ ଲଡୁ,ବୁଟ ଚଣା, ଖଜୁରୀ ପେଣ୍ଡି ଇତ୍ୟାଦି ସାମଗ୍ରୀ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି କି ପ୍ରାକ୍ ବିଦ୍ୟାଳୟ ରେ ଅଧ୍ୟୟନ ରତ କୋମଳ ମତୀ ଶିଶୁ ମାନଙ୍କୁ ପ୍ରାକ ଶିକ୍ଷା ଦେଉନଥିବା ବ୍ୟତିତ ସେମାନଙ୍କୁ ଠିକ୍ ଯତ୍ନ ସହ ପୁଷ୍ଟିକର ଖାଦ୍ୟ ପେୟ ଦେଉନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ଏହି ସବୁ ଅଭିଯୋଗ ବାରମ୍ବାର ହୋଇଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ବ୍ୟତିତ ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏପରି କି ଅଙ୍ଗନୱାଡ଼ି କର୍ମୀ ଦୀର୍ଘ ଦିନରୁ ନିଜ ଘରେ କେନ୍ଦ୍ର ଚାଲାଉଥିବାରୁ କୋମଳ ମତୀ ଶିଶୁ ମାନଙ୍କ ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଦେଉନାହାନ୍ତି।  ଏହାକୁ ଆଖି ଆଗରେ ରଖି ଗ୍ରାମବାସୀ ଓ ଅଭିଭାବକ ମାନେ ଗତ ନଭେମ୍ବର, ଡ଼ିସେମ୍ବର, ଜାନୁଆରୀ ମାସରେ ପ୍ରାକ୍ ବିଦ୍ୟାଳୟ ର ଅଧ୍ୟୟନ ରତ ୨୭ ଜଣ  କୋମଳ ଶିଶୁ ମାନଙ୍କୁ କେନ୍ଦ୍ର କୁ ଛାଡି ନଥିଲେ। ତେବେ ଅଭିଯୋଗ ପାଇଁ ବିଭାଗୀୟ ଅଧିକାରିଣୀ, ସୁପର ଭାଇଜର ଏବଂ ଅତିରିକ୍ତ ଜିଲ୍ଲାପାଳ ଗାଁ କୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏହାର ସାମାଧାନ ହୋଇଥିଲା।  ସମାଧାନ ପରେ   କିଛି ଦିନ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀ ଜଣକ ଠିକ୍ ଠାକ୍ ଭାବରେ କାର୍ଯ୍ୟତୁଲାଇଥିଲେ। ପରେ କିନ୍ତୁ ସେ ପୁଣି ମନୋମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

ଏସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀ ଲୋଚନା କୁମ୍ଭାରଙ୍କୁ ପଚାରିବାରୁ ଏହି ସବୁ ଅଭିଯୋଗକୁ ସେ  ଖଣ୍ଡନ କରିଥିବା ସହ ଛତୁଆ ଓ ଅଣ୍ଡା ମଧ୍ୟ ହିତାଧିକାରୀ ମାନଙ୍କୁ ଦେଉଥିବା ପ୍ରକାଶ କରିଛନ୍ତି। ଉପରୋକ୍ତ ଘଟଣା ସମ୍ପର୍କରେ ସିଡିପିଓ ପ୍ରଭାମୟୀ ନାଏକଙ୍କୁ ଅବଗତ କରାଇବାରୁ ଏକ ପୁରୁଣା ଅଭିଯୋଗର ସମାଧାନ ପରେ ଏପରି ଘଟି ଚାଲିଛି  କହିବା ସହ ଆଜିର ଘଟଣା ଉପରେ ଦୃଷ୍ଟି ଦିଆଯିବା ସହ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।