ନୂଆଦିଲ୍ଲୀ,୦୪/୧୧: ଟେଲିକମ୍ କମ୍ପାନି ଭୋଡାଫୋନ-ଆଇଡିଆଇର ସ୍ଥିତି ସୁଦୃଢ଼ ହୋଇପାରେ । ଏହି କମ୍ପାନିରେ ୫୦ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି । ଆମେରିକା ଭିତ୍ତିକ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ ଟେଲମ୍ୟାନ ଗ୍ଲୋବାଲ ହୋଲ୍ଡିଂସ (ଟିଏଚ୍ଜି) ଏହି ନିବେଶ କରିପାରେ । ଏହି ଡିଲ୍ ନେଇ ଏବେ ଆଲୋଚନା ଜାରି ରହିଛି । ବକେୟା ଏଜିଆର ଏବଂ ସ୍ପେକ୍ଟ୍ରମ ଦେୟ କ୍ଷେତ୍ରରେ କେନ୍ଦ୍ର ସରକାର ଆଶ୍ୱସ୍ତି ଦେଲେ ଏହି ଡିଲ୍ରେ ସାମିଲ ହୋଇପାରେ ଆମେରିକା ଭିତ୍ତିକ ଫାର୍ମ । ଡିଲ୍ ଚୂଡାନ୍ତ ହେଲେ କମ୍ପାନି ଭୋଡାଫୋନ-ଆଇଡିଆରେ ପ୍ରମୋଟର ଷ୍ଟାଟସ ହାସଲ କରିବ । ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ବ୍ରିଟେନର ଭୋଡାଫୋନ ଗ୍ରୁପର ନିୟନ୍ତ୍ରଣ କମ୍ ହେବ । ସରକାର ଏହି କମ୍ପାନିରେ ୪୯ ପ୍ରତିଶତ ଅଂଶଧନ ହାସଲ କରିଥିବା ବେଳେ ଜଣେ ନିଷ୍କ୍ରିୟ ନିବେଶକ ରହିବେ ।