ଚିନି ଶରୀର ପାଇଁ କ୍ଷତିକାରକ । ମିଠା, ଥଣ୍ଡା ପାନୀୟ ଓ କେକ୍‌ ଆଦି ବିଭିନ୍ନ ରୂପରେ ଆମେ ଚିନିକୁ ଖାଇଥାଉ, ଯାହା ଖାଇବା ଦ୍ୱାରା ମୋଟାପଣ, ମଧୁମେହ ପରି ବିଭିନ୍ନ ସମସ୍ୟା ଉପୁଜିଥାଏ । ସେହିପରି କିଛି ଲୋକଙ୍କର ରାତ୍ରୀ ଭୋଜନ ପରେ କିଛି ମିଠା ଖାଇବାର ଅଭ୍ୟାସ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ । ଚାଲନ୍ତୁ ଜାଣିବା ରାତ୍ରୀ ଭୋଜନ ପରେ ମିଠା ଖାଇବା କେତେ ସ୍ୱାସ୍ଥ୍ୟପ୍ରଦ । ଭାରତୀୟମାନେ ଖାଦ୍ୟ ପରେ ମିଠା ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି । କେବେ କେବେ ଖାଇବାରେ କୌଣସି ଅସୁବିଧା ନଥାଏ । କିନ୍ତୁ ନିୟମିତ ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ପରେ ମିଠା ଖାଇବା ଆଦୌ ଠିକ୍‌ ନୁହେଁ ।

 ଏହି ମିଠା ଖାଇବା ଅଭ୍ୟାସ କେବଳ ଓଜନ ବଢାଇନି । ଅନେକ ସମସ୍ୟା ମଧ୍ୟ ଆଣିଥାଏ । ଯେପରିକି ମୋଟାପଣ, ମଧୁମେହ ଓ ରାତିରେ ନିଦ ନହେବା ପରିସ୍ଥିତି ସୃଷ୍ଟି କରିଥାଏ । ତେଣୁ ରାତ୍ରୀ ଭୋଜନ ପରେ ମିଠା ଖାଇବା ଉପରେ ନିୟନ୍ତ୍ରଣ ଜରୁରି । ମିଠାରେ ନିୟନ୍ତ୍ରଣ ନରଖିଲେ ଆସିପାରେ ନିମ୍ନ ସମସ୍ୟା । ନିୟମିତ ରାତ୍ରୀ ଭୋଜନ ପରେ ମିଠା ଖାଇବା ଦ୍ୱାରା ବଢିଥାଏ ମୋଟାପଣ । ସେହିପରି ମିଠା ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ । ତେଣୁ ମସ୍ତିଷ୍କ ସକ୍ରିୟ ହୋଇଉଠେ । ଫଳରେ ଶୋଇବା ସମୟରେ ଅସୁବିଧା ହୋଇଥାଏ । ନିଦ ନହେବା ଯୋଗୁ ଦିନରେ ମୁଡ୍‌ ଖରାପ ରହିଥାଏ ।  ରାତିରେ ମିଠା ଖାଇବା ଦ୍ୱାରା ରକ୍ତରେ ଶର୍କରାସ୍ତର ବଢିଯାଇଥାଏ । ଫଳରେ ଆଙ୍ଗ୍‌ଜାଇଟି, ମୁଡ୍‌ସୁଇଂ ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଦେଇଥାଏ । ରାତିରେ ମିଠା ଖାଇବା ଦ୍ୱାରା ପାଚନତନ୍ତ୍ର ପ୍ରଭାବିତ ହୋଇଥାଏ । ଫଳରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇନଥାଏ ।ନିୟମିତ ମିଠା ଖାଇବା ଦ୍ୱାରା ଫ୍ୟାଟି ଲିଭର୍‌ ସମସ୍ୟା ବଢିଥାଏ ।