ହରଭଙ୍ଗା,୧୩।୧୦ : ରାତି ହେଲେ ଧଳପୁର -ଆଠମଲ୍ଲିକ ସେତୁ ଉପରେ ରାଜୁତି କରୁଛି  କିଟିମିଟି ଅନ୍ଧାର l ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ ଅନ୍ଧାରି କାରନାମା ବୃଦ୍ଧି ପାଉଛି। ଫଳରେ ଜନସାଧାରଣ ଯାତାୟାତ କରିବା ପାଇଁ ଅସୁରକ୍ଷିତ ମଣୁଛନ୍ତି l କେବେ ସେତୁ ଉପରେ ହେବ ଆଲୋକୀକରଣ  ସେହି ଆଶା ଆଶଙ୍କାରେ  ରହିଛନ୍ତି ବୌଦ୍ଧ ଓ ଅନଗୁଳ ଜିଲ୍ଲାବାସୀ l

ଆଠମଲ୍ଲିକ ସେତୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରସଂକୁଲୋଇ ଓ ଆଠମଲ୍ଲିକକୁ ସଂଯୋଗ କରୁଥିବା ବେଳେ ଏହାର ଲମ୍ବ କିଲୋମିଟର ୩୨ମିଟର  l ଉକ୍ତ ସେତୁ ହେଵା ଫଳରେ ବୌଦ୍ଧ ଓ ଅନଗୁଳ ଜିଲ୍ଲାର ସୁସମ୍ପର୍କ ସହିତ ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଅର୍ଥନୀତିରେ ଅଭିବୃଦ୍ଧି ଘଟିଛି l ପ୍ରତିଦିନ ଉକ୍ତ ସେତୁ ଦେଇ ବସ, ଭାରୀଯାନ, ଚଳପ୍ରଚଳ କରୁଛି l କିନ୍ତୁ ସେତୁ ଉପରେ ଦୀର୍ଘ ବର୍ଷ ରୁ ଊର୍ଦ୍ଧ୍ବ ସମୟ ହେଲାଣି ଯାତାୟାତ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ହୋଇ ପାରିଲାନି ଆଲୋକୀକରଣ l ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ଏହି ସେତୁ ଦେଇ ଗଂଜେଇ ବେପାର, ଗୋ ଚାଲାଣ, ଅପରାଧିକ ଘଟଣା ଘଟାଇ ଫେରାର ମାରିବାରେ ସଫଳ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି l

ଅନ୍ୟ ପଟେ ବୌଦ୍ଧ -ମର୍ଯାକୁଦ ସେତୁ ଆଠମଲ୍ଲିକ ସେତୁ ପରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ନିକଟରେ ଆଲୋକୀକରଣ ହୋଇ ସାରିଛି ତେବେ କେବେ ହେବ ଆଠମଲ୍ଲିକ ସେତୁ ଉପରେ ଆଲୋକୀକରଣ? ଆଉ କେତେ ଦିନ ଅନ୍ଧାରି କରିବ ରାଜୁତି କେବେ ନିର୍ଭୟରେ ରାତ୍ରି ରେ ଯାତ୍ରୀ ଉକ୍ତ ସେତୁ ଉପରେ କରିବେ ଯାତାୟାତ ଦେଖିବାକୁ ବାକି ରହିଲା ସମ୍ପର୍କରେ  ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏଦିଗରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ଏବଂ ସେତୁରେ ଆଲୋକୀକରଣ କରାଯିବ