​​​​​​​ବାଙ୍ଗିରିପୋଷି,୩/୯: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।

ପାରିବାରିକ କଳହକୁ ନେଇ  ମଙ୍ଗଳବାର ବିଳମ୍ୱିତ ରାତିରେ  ବୀର ସିଂ ସ୍ତ୍ରୀ ମୀନାଙ୍କୁ ପଥରରେ ଛେଚି ହତ୍ୟା କରିଛି । ସକାଳୁ ମୃତକଙ୍କ ବାପଘର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ  ବାଙ୍ଗିରିପୋଷି ଥାନାକୁ ଜଣାଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।