ବରଗଡ, ୨୨।୧୦: କିରୋସିନ​​​​​​​ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ  ଜଣେ ମହିଳା ଧାରଣା ଦେଇଛନ୍ତି। ଖବର ପାଇ ଟାଉନ ପୋଲିସ ପହଞ୍ଚି  ବୁଝାସୁଝା କରି ମହିଳାକୁ ଥାନାକୁ ନେଇଛନ୍ତି।

ଭଟଲି ବ୍ଲକ ଚଡେଇ ଗାଁର ଜଣେ  ମହିଳାଙ୍କ ଜମିରେ କୁଟୀରଶିଳ୍ପ ତିଆରି ହୋଇଛି। ତାଙ୍କୁ ନ ଜଣାଇ ବେଆଇନ ଭାବେ ତାହା ତିଆରି ହୋଇଥିବା ମହିଳା ଅଭିଯୋଗ କରିଛନ୍ତି l ଏନେଇ ଅଫିସ ଦୌଡିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ମହିଳା ଜଣକ କିରୋସିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳା ଜଣଙ୍କୁ ବୁଝାସୁଝା କରିବା ସହ ଥାନାକୁ ନେଇଥିଲା