ଭଂଜନଗର,୨୯/୧୦ : ନାଳରେ ହଠାତ୍ ବନ୍ୟା ପାଣି ଆସି ଯିବାରୁ ଭାସିଗଲେ ଜଣେ ମହିଳା । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଉପାନ୍ତ ତଥା ଜଙ୍ଗଲାଞ୍ଚଳ କୁହାଯାଉଥିବା ବିରିକୋଟ ଗାଁ ନିକଟରେ ଘଟିଛି ଏଭଳି ଏକ ଘଟଣା ।
ଖବରପାଇ ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ଭଂଜନଗର ତହସିଲଦାର, ବିଡ଼ିଓ, ଏବିଡିଓ ଏବଂ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ନିଖୋଜ ମହିଳାଙ୍କ ପତ୍ତା ମିଳୁନି । ନିଖୋଜ ମହିଳା ଜଣକ ସେହି ଗାଁର ଅମ୍ବି ନାୟକ (୫୨) ବୋଲି ଜଣା ପଡିଛି । ଖବର ଲେଖା ଶେଷ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।