ହରଭଙ୍ଗା,୧୦/୧୦ : ହରଭଙ୍ଗା ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଆଜି ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମରେ ବିଶ୍ଵ ଅଣ୍ଡା ଦିବସ ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାମକୃଷ୍ଣ ବାଳାଶ୍ରମର ସମ୍ପାଦକ ନବୀନ କୁମାର ବଘାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିବା ଏହି ସଚେତନତା ଶିବିରରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିରେନ୍ଦ୍ର କୁମାର ପୃଷ୍ଟି ଯୋଗଦାନ କରି ଅଣ୍ଡା ସେବନର ମାହାତ୍ମ୍ୟ ଏହାର ଉପାଦେୟତା ଓ ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା କିପରି ଶରୀରକୁ ସୁସ୍ଥ ସବଳ ଏବଂ ମାନସିକ ବିକାଶ କରାଯାଇପାରିବ ସେ ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ।
ଏଥିରେ ବାଳାଶ୍ରମର ସମସ୍ତ ଅନ୍ତେବାସୀଙ୍କ ସମେତ ବାଳାଶ୍ରମର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରାଣୀ ପାଳନ ବିଭାଗର ସଞ୍ଜୟ ସାହୁ, ଲକ୍ଷ୍ମଣ ପ୍ରଧାନ ଯୋଗଦାନ କରିଥିଲେ । ପରିଶେଷରେ ସମସ୍ତ ଅନ୍ତେବାସୀମାନଙ୍କୁ ସିଝା ଅଣ୍ଡା ବଣ୍ଟନ କରାଯାଇଥିଲା ।