ଭୁବନେଶ୍ବର,୧୦/୯ :  ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଆନେକ୍ସଚର୍ ହଲରେ ଓ୍ବାର୍ଲ୍ଡ ସୁଇସାଇଡ ପ୍ରିଭେନସନ୍ ଡେ ପାଳିତ ହୋଇଯାଇଛି । ଆଜିର ଥିମ୍ ଥିଲା ଚେଞ୍ଜିଂ ଦ ନାରେଟିଭ ଅନ ସୁଇସାଇଡ। ସୁଇସାଇଡ କରିବାକୁ କାହିଁକି ମନରେ ଭବନା ଆସେ। ସୁଇସାଇଡ କରିବାକୁ ଆସୁଥିବା ମାନସିକତାକୁ କେମିତି ରୋକିବା। ଯଦି କେହିବି ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ତାଙ୍କୁ କିପରି ସାହାଯ୍ୟ କରିବା ସେ ନେଇ ଆଲୋଚନା କରାଯାଇଥିଲା। ଆଲୋଚନାରେ ସମ୍ ହସ୍ପିଟାଲ ମାନସିକ ରୋଗ ବିଭାଗର ସମସ୍ତ ଡାକ୍ତର ଓ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଅତିଥି ଭାବେ ଅଭିନେତ୍ରୀ ଭୂମିକା ଯୋଗ ଦେଇଥିଲେ।