ବରଗଡ଼, ୧୩।୧୦ :  ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସୋମବାର ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହା ଅନୁସାରେ ଚଳିତ ବର୍ଷ ଡିସେମ୍ବର ୨୪ରୁ ଜାନୁଆରୀ ୩ ଯାଏ ଧନୁଯାତ୍ରା ଆୟୋଜିତ ହେବ। ପ୍ରାୟ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗ ମଞ୍ଚରେ କଳା ପ୍ରଦର୍ଶନ କରିବେ କଳାକାର। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସେହିଭଳି ସବୁଥର ଭଳି ଏଥର ମଧ୍ୟ କଂସ ଚରିତ୍ର ପାଇଁ ହେବ କଳାକାର ଚୟନ କରାଯିବ।