ମୁମ୍ବାଇ,୨୯/୧୦:ଅପ୍‌କମିଙ୍ଗ ଫିଲ୍ମ ‘ହକ୍‌’ରେ ଇମରାନ ହାଶମୀଙ୍କ ସହ ବଡ଼ପରଦାକୁ ଆସିବେ ୟାମି ଗୌତମ । ଫିଲ୍ମଟି ତିନ ତଲାକ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ପର୍ଯ୍ୟବେସିତ । ଏହାପୂର୍ବରୁ ଏକାଧିକ ସାମାଜିକ ବିଷୟ ଆଧାରିତ ଫିଲ୍ମରେ କାମ କରିଛନ୍ତି ୟାମି । ଏହି ସ୍ଥିତିରେ ତାଙ୍କ ଫିଲ୍ମ ପସନ୍ଦକୁ ଦୃଷ୍ଟିରେ ରଖି ତାଙ୍କୁ ‘ରାଷ୍ଟ୍ରବାଦୀ’ ଅଭିନେତ୍ରୀ ଟ୍ୟାଗ୍‌ ଦିଆଯାଉଛି ।

ଏହା ଉପରେ ୟାମି ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଏଭଳି ସମ୍ବୋଧନକୁ ଗମ୍ଭୀରତାର ସହନିଅନ୍ତି ନାହିଁ । କେବଳ କାମ ଉପରେ ଧ୍ୟାନ ଦିଅନ୍ତି ।‘ହକ୍‌’ର ଟ୍ରେଲର୍‌ ଲଞ୍ଚ୍‌ ଅବସରରେ ୟାମିଙ୍କୁ କାହିଁକିରାଷ୍ଟ୍ରବାଦୀ କୁହାଯାଉଛି ବୋଲି ପଚରାଯାଇଥିଲା । ୟାମିକହିଲେ, ମୁଁ ଏହା ଜାଣିନଥିଲି । ଲୋକେ ଆଜି ଗୋଟିଏ ଟ୍ୟାଗ୍‌ଲଗାଉଛନ୍ତି । କାଲି ଆଉ କିଛି ଲଗାଇବେ । ପ୍ରଥମେ ମୋତେ ଅଣ୍ଡର୍‌ରେଟେଡ୍‌ କୁହାଯାଉଥିଲା । ତା’ପୂର୍ବରୁ ଆଉ କିଛି କୁହାଯାଉଥିଲା । ଏ ସବୁ ବଦଳୁଥାଏ । ମୁଁ ଏସବୁ ଉପରେ ଧ୍ୟାନ ଦିଏନାହିଁ । ମୋତେ ଯେଉଁ ସୁଯୋଗ ମିଳୁଛି,ଯେଉଁ କାହାଣୀ ଶୁଣିବାକୁ ମିଳୁଛି ତା’ର ନିଜସ୍ୱ ମହତ୍ୱ ଓ ଆବଶ୍ୟକତା ଅଛି । ଆମେ ତାକୁ ମନୋରଞ୍ଜନ ମାଧ୍ୟମରେ ଉପସ୍ଥାପନ କରୁଛୁ । ସବୁ ପ୍ରକାର ଦର୍ଶକଙ୍କୁ ଯୋଡ଼ିବାକୁ କିଛି ନୂଆ ଓ ତାଜା କାହାଣୀ ଆଣିବାକୁ ଆମେ ଚେଷ୍ଟା କରୁଛୁ । ତେବେ ଦର୍ଶକ ଯେଉଁ ଟ୍ୟାଗ୍‌ ଦେଉଛନ୍ତି,ତାକୁ ୟାମି ସମ୍ମାନ ମଧ୍ୟ ଜଣାଇଛନ୍ତି ।‘ହକ୍‌’୧୯୮୫ରଚର୍ଚ୍ଚିତ ଶାହବାନୋ ବନାମଅହମଦଖାନ୍‌ ମାମଲା ଦ୍ୱାରା ପ୍ରେରିତ । ଫିଲ୍ମରେ ବର୍ତ୍ତିକା ସିଂହ, ଦାନିଶ ହୁସୈନ ଓ ଶିବାଚଡ୍‌ଢା ଅଭିନୟ କରିଛନ୍ତି । ସୁପର୍ଣ ଏସ୍‌ ବର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ୭ ତାରିଖରେ ମୁକ୍ତିଲାଭ କରିବ ।