ପାପଡାହାଣ୍ଡି , ୩।୯ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧୀନ ଏକ ଗ୍ରାମରେ ଜଣେ ଯୁବତୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଚିକିଲି ଗ୍ରାମର ବିକାଶ ଜେନା।
ଯୁବତୀ ଜଣକ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ସେ ୫ ବର୍ଷ ପୂର୍ବେ ଜଣେ ନାବାଳିକା ଥିଲେ । ଏହି ସମୟରେ ଚିକିଲି ଗ୍ରାମର ବିକାଶ ଜେନା ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭଲ ପାଇବା ସହ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ | ଏହା ଗ୍ରାମବାସୀ ଉଭୟ ପରିବାର ଜାଣିବା ପରେ ଗ୍ରାମବାସୀ ଓ ପରିବାର ଆପୋଷ ବୁଝାମଣା ହୋଇଥିଲା । ଏଥିରେ ବିକାଶ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେଇ ଘରେ ରଖିବ | ଏହି ପାଞ୍ଚ ବର୍ଷରେ ସେ ଅନେକ ଥର ନିର୍ଯ୍ୟାତନା ଦେବା ସହ ଝଗଡା କରିବା ସହ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଅନ୍ୟ ଯୁବତୀ ସହ ମଧ୍ୟ ସମ୍ପର୍କ ରଖିଥିବା ଏତଲା ରେ ଉଲ୍ଲେଖ କରିଛନ୍ତି । ଏନେଇ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବିକାଶ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି |