​​​​​​​ଧରାକୋଟ,୧୩।୯ : ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମର ଆଲୋକ ପଣ୍ଡା

ଗତ ତାରିଖରେ  ଆଲୋକ  ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକକୁ ଏକ ନିର୍ମାଣଧିନ କଲ୍ୟାଣ ମଣ୍ଡପ ଭିତରକୁ  ଡାକି ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲାଆଗରୁ ମ ଆଲୋକ ନାବାଳକକୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଯୌନ ସଂପର୍କ ରଖିଥିଲା ସେହି ସମୟର କଥାବାର୍ତ୍ତାରୁ ଅଡିଓ ରେକର୍ଡ କରି ଆଲୋକ ରଖିଥିଲା । ଘଟଣା ଦିନ ସମ୍ପର୍କ ସ୍ଥାପନ ପରେ ନାବାଳକକୁ ଘରୁ ଯାଇ ଟଙ୍କା ମାଗି ଆଣିବାକୁ କହିଥିଲାନାବାଳକ ମନା କରିବାରୁ ତାକୁ ରେକର୍ଡକୁ ପ୍ରଘଟ କରିବାର ଭୟ ଦେଖାଇଥିଲା। ନାବାଳକ ଜଣକ ଘରକୁ ଯାଇ ଏକଥା ନିଜ ବାପା ମାଙ୍କୁ ଜଣାଇବା ପରେ ଘର ଲୋକ ଚିନ୍ତିତ ହୋଇ ଶୁକ୍ରବାର ଦିନ ଧରାକୋଟ ଥାନାରେ ନାବାଳକର ମା ଏତଲା ଦେଇଥିଲା। ପୋଲିସ ତଦନ୍ତ କରି ଆଲୋକ ପଣ୍ଡାକୁ ଗିରଫ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ସୂଚନା ଦେଇଛନ୍ତି ।