ଖୋର୍ଦ୍ଧା, ୧୮।୯ : ନଡ଼ିଆ ଗଛରେ ଚଢି ନଡ଼ିଆ ତୋଳୁଥିବା ବେଳେ ୩୩କେଭି ବିଦ୍ୟୁତ ଲାଗି ଯୁବକ ମୃତ । ମୃତକ ଜଣକ ବୋଲଗଡ ଥାନା ଖଙ୍ଗୁରିଆ ଗ୍ରାମର ଜଗୁ ପରିଡ଼ା(୪୦) ।ଖୋର୍ଦ୍ଧା ଜିଲ୍ଲା ବୋଲଗଡର ନେଳିଆ ପୋଖରୀ ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ଏହି ଘଟଣା ଘଟି
ନଡ଼ିଆ ଗଛ ଚଢା ମେସିନ ସାହାଯ୍ୟରେ ଜଗୁ ପରିଡା ନଡିଆ ଗଛରେ ଚଢ଼ି ନଡିଆ ତୋଳୁଥିଲେ। ନିକଟରେ ଯାଇଥିବା ବିଦ୍ୟୁତ ତାର ଉପରେ କଞ୍ଚା ବାହୁଙ୍ଗା ଲାଗିଯିବାରୁ ବିଦ୍ୟୁତ୍ ଆଘାତ ଲାଗି ଜଗୁ ସେହି ଠାରେ ଟଳି ପଡ଼ିଥିଲେ। ମେସିନିରେ ପାଦ ଲକ୍ ଥିବାରୁ ଗଛ ଉପରେ ଜଗୁ ଲାଖି ରହିଥିଲେ। ଖବର ପାଇ ଘଟଣା ସ୍ଥଳରେ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକେ ଗଛରୁ ଶବକୁ ବାହାର କରାଇ ଦେଇ ନଥିଲେ । ଜଗୁଙ୍କୁ କିଏ ଗଛ ଚଢାଇଥିଲା । ତାଙ୍କୁ ଧରିବାକୁ ଅଡି ବସିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ପରେ ଲୋକମାନଙ୍କୁ ବୁଝା ସୁଝା କରି ଅଗ୍ନିଶମ ବାହିନୀ ଗଛରୁ ମୃତଦେହ କାଢି ଥିଲେ। ଆମ୍ବୁଲାନ୍ସ ନଥିବାରୁ ଜଣେ ସାମ୍ବାଦିକ ନିଜ ଗାଡ଼ିରେ ମୃତଦେହ ନେଇ ବୋଲଗଡ ମେଡିକାଲ କୁ ନେଇଥିଲେ l ଘଟଣାସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।