ଉଲୁଣ୍ଡା,୩୦/୦୫: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂଢୋଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ମାଙ୍କଡ ବାହାଲର ସୁଜିତ୍ କର୍ମୀ ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ପିଣ୍ଟୁ ପ୍ରଧାନ ନାମକ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ସୁଜିତ୍ କର୍ମୀ ଏବଂ ପିଣ୍ଟୁ ପ୍ରଧାନ ଏକ ବାଇକ୍ ଯୋଗେ ଧମାକୁ ଧାନ କାଟିବାକୁ ଯାଉଥିଲେ । ଏହି ସମୟରେ ସିଂଢୋଲ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ କାର୍ରେ ଆଣି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ପ୍ରାଥମିକ ଚିକିତ୍ସା ପରେ ସୁଜିତକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପିଣ୍ଟୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।