ଚିକିଟି, ୧୪।୯ : ସୁନାପୁର ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ବୁଡିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛି। ନିଖୋଜ ଯୁବକ ଜଣକ ହେଲେ ଚିକିଟି କେ.ନୁଆଗାଁ ଥାନା ଲିଆଖାଇ ଗ୍ରାମର ଅମିତ କୁମାର ପ୍ରଧାନ(୧୮)।ତାଙ୍କୁ ଚିକିଟି ଦମକଳ ବାହିନୀ ସମୁଦ୍ରରେ ଖୋଜାଖୋଜି କରୁଛି।
ଚିକିଟି କେ.ନୁଆଗାଁ ଥାନା ଲିଆଖାଇ ଗ୍ରାମର ଅମିତ କୁମାର ପ୍ରଧାନ(୧୮), ସିପୁ ପ୍ରଧାନ (୧୯),ରାଜେଶ କୁମାର ପ୍ରଧାନ(୧୯), ଦିପୁ ପ୍ରଧାନ (୧୯) ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ଅମିତ, ସିପୁ ସମୁଦ୍ର ଭିତରକୁ ଗାଧୋଇବା ପାଇଁ ଯାଇଥିଲେ। ରାଜେଶ ଓ ଦିପୁ ସମୁଦ୍ର କୂଳରେ ବସିଥିଲେ। ଗାଧୋଇବା ବେଳେ ଅମିତ ଓ ସିପୁ ଦୁଇ ଜଣ ସମୁଦ୍ରରେ ବୁଡିଯାଇଥିଲେ। ତେବେ କିଛି ସମୟ ପରେ ସିପୁ ସମୁଦ୍ରରୁ ବାହାରକୁ ବାହାରି ଆସିଥିବା ବେଳେ ଅମିତ ସମୁଦ୍ରରେ ବୁଡି ଯାଇଥିଲା। ଖବର ପାଇ ସୁନାପୁର ମେରାଇନ ଥାନା ପୁଲିସ ଓ ଚିକିଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅମିତକୁ ଚିକିଟି ଦମକଳ ବାହିନୀ ସମୁଦ୍ରରେ ଖୋଜା ଖୋଜି କରୁଛି। ଏ ପର୍ଯ୍ୟନ୍ତ ସିପୁର କୌଣସି ପତ୍ତା ମିଳି ନାହିଁ।