ମାଲକାନଗିରି, ୧/୧୧ : ତମସା କେନାଲ ନିକଟ ଏକ ଗଛରୁ ଜନୈକ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ପଦ୍ମଗିରି ପଞ୍ଚାୟତ ଏମଭି ୮୬ଗ୍ରାମର ଶୁକରଞ୍ଜନ ରାୟଙ୍କ ପୁଅ ସୁଜନ (୨୪)ବୋଲି ଜଣାପଡ଼ିଛି । ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ଆତ୍ମହତ୍ୟା ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ମାଲକାନଗିରି ଥାନାସ୍ଥିତ ତାମସା କେନାଲ ନିକଟ ଏକ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ଆଜି ସକାଳେ ଗଛରେ ଜଣେ ଯୁବକର ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ମାଲକାନଗିରି ଥାନା ପୁଲିସକୁ ଜଣାଇଥିଲେ । ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି । ସେ କିଛି ମାସ ହେଲା ମାଲକାନଗିରି ନିକଟ ଏମଭି ୪୨ ଗ୍ରାମରେ ରହୁଥିଲେ। ସାଇଣ୍ଟିଫିକ ଟିମ ଓ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି । ପ୍ରେମ ପ୍ରସଙ୍ଗକୁ ନେଇ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।