ସୋରଡ଼ା,୨୦/୩ : ସୋରଡ଼ା ବ୍ଲକ ଗୋଛା ଗ୍ରାମର ମଝି ସାହିରେ ଶୁକ୍ରବାର ମାଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୪ପରିବାରର ୭୨ ବଖରା ଜଳି ପୋଡ଼ି ପାଉଁଶ ହୋଇଯାଇଛି I ଫଳରେ ଗଛିତ ଧାନ ଚାଉଳ, ପୋଷାକ ପୋଡ଼ି ଯାଇଛି I ଖବରପାଇ ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବାବେଳେ ତହସିଲ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି I ସରପଞ୍ଚ ତ୍ରିଲୋଚନ ସାହୁ ଉପସ୍ଥିତ ରହି ପୀଡ଼ିତଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଛନ୍ତି I
ପୀଡ଼ିତମାନେ ହେଲେ କମା, ହର, ନରସିଂହ, ବୁଲୁ, ଗୋବର୍ଦ୍ଧନ, ରବୀନ୍ଦ୍ର, ମହାବାହୁ, ଭଜରାମ, ରଞ୍ଜନ ଚିରଞ୍ଜିବି, ଲିଟୁ, ଭାବ, ପ୍ରତାପ, ଅନିଲ, ଅରବିନ୍ଦ, ମନୋଜ, ଅଲେଖ, ରୁଦ୍ର, ଭାଗ୍ୟ, ଉମା, ସାରା, ହରିହର, କୈଳାଶ, ପରମା,ସନାତନ, ମହିମା, ବ୍ରହ୍ମ, ସଞ୍ଜୟ, ଲଷ୍ମୀ,ସମସ୍ତେ ନାୟକ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି l ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସମସ୍ତ ପୀଡ଼ିତଙ୍କୁ ଯଥାଶୀଘ୍ର ସାହାଯ୍ୟ ସହଯୋଗ ପାଇଁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି l ତହସିଲଦାର ଗୋପାଳକୃଷ୍ଣ ରାଉତ ରାୟ ସଂଗେସଂଗେ ପହଂଚି ପୀଡ଼ିତଙ୍କୁ ଭେଟିଛନ୍ତି I ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସହଯୋଗ ସାହାଯ୍ୟ ପାଇଁ କହିଛନ୍ତି I ସମସ୍ତଙ୍କୁ ପାଲ ଯୋଗାଇଛନ୍ତି ଆର୍ଥିକ ସହାୟତା ନିୟମ ଅନୁଯାୟୀ ପ୍ରଦାନ କରାଯିବାକୁ କହିଛନ୍ତି l