ମୟୁରଭଞ୍ଜ, ୧୮।୧୨: ମୟୁରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା । ୪୦ ଫୁଟ୍ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ୩ ଜଣ ଗୁରୁତର ଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନାନୁସାରେ, ମୟୁରଭଞ୍ଜର ନଳଗଜା ପୋଲରୁ ବୋଲେରୋଟି ଖସିପଡ଼ିଥିଲା । ବୋଲେରୋରେ ଥିବା ସମସ୍ତ ଯାତ୍ରୀ ଏକ ବିବାହ ଭୋଜିରେ ଯୋଗ ଦେବାକୁ ପଶ୍ମିମବଙ୍ଗରୁ ଆସୁଥିଲେ । ତେବେ ଏ ପର୍ଯ୍ୟନ୍ତ ଆହତମାନଙ୍କ ପରିଚୟ ମିଳିପାରିନାହିଁ ।