ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଯେଉଁ ଯୁବକଙ୍କ ହୋଇ ଥିଲା ଅନ୍ତିମ ସଂସ୍କାର , ଦେଢ ମାସ ପରେ ସେ ଘରକୁ ଫେରିଲେ

Published By : Prameya | April 18, 2025 4:55 PM

ନୂଆଦିଲ୍ଲୀ : ବିହାରର ଦରଭଙ୍ଗା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କର ଦୁର୍ଘଟଣା ପରେ ଚିକିତ୍ସା ବେଳେ ମୃତ୍ୟୁ ହୋଇ ଯାଇ ଥିଲା। ପରିବାର ଲୋକ ଡିଏମସିଏଚ୍‌ରେ ପହଞ୍ଚି ତାଙ୍କୁ ନିଜର ନିଖୋଜ ପୁତ୍ର ଭୋଳା କୁମାର ରାମ ଭାବେ ଚିହ୍ନି ପାରି ଥିଲେ। ୧ମାର୍ଚ୍ଚରେ ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ ପରିବାର ଲୋକ କରି ଦେଇ ଥିଲେ। ସେହି ଯୁବକ ଗତ ଗୁରୁବାର ଦିନ ଜୀବନ୍ତ ଘରକୁ ଫେରିଛନ୍ତି। ଯୁବକ ଜଣକ ନିଜ ଭାଇ ସହ ଏସସି ଏସଟିର ଏକ୍ସକ୍ଲୁସିଭ୍‌ ଜଜ୍‌ ଶୈଳେନ୍ଦ୍ର କୁମାରଙ୍କ ସମ୍ମୁଖରେ ହାଜର ହୋଇ ବଞ୍ଚିଥିବା କଥା ଜଣାଇ ଥିଲେ। ଏହାପରେ ଯୁବକଙ୍କୁ ବୟାନ ଦେବାକୁ ମାଜିଷ୍ଟ୍ରେଟ୍‌ଙ୍କ ପାଖକୁ ପଠାଯାଇ ଥିଲା।

କୋର୍ଟରେ ହାଜର ହୋଇଥିବା ଯୁବକ ମବି ଥାନା ଅଞ୍ଚଳର ସିମରା ଗାଁ ନିବାସୀ ଜଗଦେବ ରାମଙ୍କ ପୁତ୍ର ଭୋଲା କୁମାର ରାମ। ସେ ନିଜର ଭାଇ ଧିରଜ କୁମାର ରାମ ଏବଂ ଓକିଲ ମୁକେଶ କୁମାରଙ୍କ ସହ କୋର୍ଟରେ ପହଞ୍ଚି ଥିଲେ। ଓକିଲ ମୁକେଶ କୁମାରଙ୍କ ଅନୁସାରେ, ଭୋଳାଙ୍କୁ କିଛି ଲୋକ ନେପାଳରେ ରଖି ଥିଲେ। ସେଠାରୁ ହ୍ୱାଟ୍ସଆପ୍‌ କଲିଂ ମାଧ୍ୟମରେ ସେହି ଲୋକମାନେ ଭୋଳାଙ୍କ ଭାଇ ଧିରଜଙ୍କୁ ସଂପର୍କ କରି ଥିଲେ, ଧିରଜ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ। ସେତେବେଳେ ସେହି ଲୋକେ ଭିଡ଼ିଓ କଲ୍ କରି ଧିରଜଙ୍କୁ ଦେଖାଇ ଥିଲେ। 

ଏହାପରେ ଧିରଜ ନିଜର କିଛି ବନ୍ଧୁଙ୍କ ସହ ନେପାଳ ଗଲେ। ଧିରଜ ସେଠାରେ ଭୋଳାଙ୍କ ସହ ପୁରୁଣା କଥାକୁ ନେଇ ପଚରାଉଚରା କଲେ। ଭୋଳା ସବୁ ସଠିକ୍‌ ଭାବେ ଜବାବ ଦେବା ପରେ ଧିରଜଙ୍କର ବିଶ୍ୱାସ ହୋଇଥିଲା ଯେ, ସେ ହିଁ ତାଙ୍କର ଭାଇ ଭୋଳା। ଯାହାର ସେ ଅନ୍ତିମ ସଂସ୍କାର କରି ସାରିଛନ୍ତି, ସେ ଆଉ କିଏ ଅନ୍‌ୟ ବ୍ୟକ୍ତି ଥାଇ ପାରନ୍ତି। 

ଏପଟେ ସୂତ୍ରାନୁସାରେ , ଭୋଳା କୋର୍ଟଙ୍କୁ କହିଛନ୍ତି ଯେ, ରାଜ ମୈଦାନରେ କ୍ରିକେଟ୍‌ ଖେଳିବା ପରେ କିଛି ଲୋକ ତାଙ୍କୁ ରୁମାଲ ଶୁଙ୍ଘାଇ ବେହୋସ କରି ନିଜ ସହ ନେଇ ଯାଇ ଥିଲେ। ହୋସ୍‌ରେ ଆସିବା ପରେ ସେ ନିଜକୁ ନେପାଳରେ ଏକ ରୁମ୍‌ରେ ଥିବାର ପାଇଲେ। ଯୁବକଙ୍କ ବଞ୍ଚିଥିବା ଖବର ସହର ସାରା ଚର୍ଚ୍ଚାର ବିଷୟ ପାଲଟିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.