ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୫୦ ଦିନ ତଳେ ନିଖୋଜ ଥିଲେ କାନାଡିୟ ପଦଯାତ୍ରୀ, ଏବେ ଜଙ୍ଗଲରୁ ହେଲେ ଉଦ୍ଧାର

Published By : Krishna Priya | December 1, 2024 12:59 PM

ନୂଆଦିଲ୍ଲୀ ୦୧/୧୨: ୫୦ ଦିନ ତଳେ ନିଖୋଜ ଥିଲେ କାନାଡିୟ ପଦଯାତ୍ରୀ । ଏବେ ବ୍ରିଟିଶ କଲମ୍ବିଆର ଉତ୍ତର ରକି ପର୍ବତର ଶୀତଳ ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରାଯାଇଛି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ୨୦ ବର୍ଷିୟ କାନାଡିୟ ପଦଯାତ୍ରୀ ସାମ୍‌ ବେନାଷ୍ଟିକ୍‌ ଅକ୍ଟୋବର ୭ ରେ ୧୦ ଦିନିଆ କ୍ୟାମ୍ପିଂ ଯାତ୍ରା ପାଇଁ ଯାଇଥିଲେ।ସେ ରେଡଫର୍ନ-କେଲି ପ୍ରାଦେଶିକ ପାର୍କ ଅଭିମୁଖେ ଯାଇଥିଲେ, ଯେଉଁଠାରେ ୮୦,୦୦୦ ହେକ୍ଟର ଗ୍ଲେସିୟର, ଜଳପ୍ରପାତ, ହ୍ରଦ ଏବଂ ଜଙ୍ଗଲ ଉପତ୍ୟକା ରହିଛି। କିନ୍ତୁ ଅକ୍ଟୋବର ୧୭ ରେ ସେ ଘରକୁ ଫେରିନଥିଲେ। ଯାହାପରେ ପରିବାର ଲୋକେ ସେ ନିଖୋଜ ଥିବା ଥାନାରେ ରିପୋର୍ଟ ଦେଇଥିଲେ। ପୋଲିସ୍‌ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ପରେ ତାଙ୍କୁ ଦୁଇ ଜଣ ତୈଳ ଏବଂ ଗ୍ୟାସ କର୍ମଚାରୀ ବେନାଷ୍ଟିକଙ୍କୁ ଥରି ଥରି ଏକ ବାଡି ସାହାଯ୍ୟରେ ଧୀରେ ଧୀରେ ରାସ୍ତାରେ ଯାଉଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ ବେନାଷ୍ଟିକ ବ୍ରିଟିଶ କଲମ୍ବିଆର ଫୋର୍ଟ ନେଲସନସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତେବେ ନ୍ୟୁୟର୍କ ଟାଇମ୍ସ ପୋଲିସର ମୁଖପାତ୍ର କହିଛନ୍ତି, ବେନାଷ୍ଟିକଙ୍କୁ ଜୀବନ୍ତ ପାଇ ସେ ବେଶ୍‌ ଖୁସି। କାରଣ ଏତେ ଦିନ ଧରି ନିଖୋଜ ହେବା ପରେ ପୋଲିସ ମନରେ ସନ୍ଦେହ ରହିଥିଲା କି ସେ ବୋଧହୁଏ ଜୀବନ୍ତ ନଥିବେ। ବେନାଷ୍ଟିକ୍ ପୋଲିସକୁ କହିଛନ୍ତି ଯେ ସେ ତାଙ୍କ କାରରେ ଦୁଇ ଦିନ ରହିଥିଲେ ଏବଂ ପରେ ପାହାଡ ତଳକୁ ଯାଇ ସେଠାରେ ଆଉ ୧୦-୧୫ ଦିନ କ୍ୟାମ୍ପ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ଭଲ ଅଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.