ଭୁବନେଶ୍ଵର, ୨୩/୦୮ : କୁକୁରମାନଙ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ସଂଶୋଧିତ ରାୟ ପରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କଡାକଡ଼ି ଭାବେ ପାଳନ କରିବ। ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଓ ଟିକାକରଣ କରାଯିବ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ପୁଣି ଥରେ ଛାଡ଼ି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜଳାନ୍ତକ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଆଶ୍ରୟସ୍ଥଳୀରେ ନେଇ ରଖାଯିବ। ରାଜ୍ୟରେ ଏବେ ୭ ଲକ୍ଷ ବୁଲା କୁକୁର ଓ ୬୪ ହଜାର ପୋଷା କୁକୁର ଅଛନ୍ତି।
ମନ୍ତ୍ରୀ ପୁଣି କହିଛନ୍ତି ଯେ, ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡ଼ରେ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ। ଏହାସହ ପ୍ରତି ମୁନିସିପାଲିଟି ଅଞ୍ଚଳରେ ମୁନିସିପାଲିଟି କର୍ମଚାରୀ ଚିକେନ୍ ମଟନ୍ ଦୋକାନୀଙ୍କୁ ତଦାରଖ କରିବେ। ବଳକା ମାଂସ ଏଣେତେଣେ ନପକାଇବାକୁ ଓ ବୁଲା କୁକୁରଙ୍କୁ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେଟ୍ ମଟନ୍ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଙ୍ଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।