ଚୌଦ୍ୱାର, ୬/୧୨ : ମହାନଦୀ ପଠାରେ ବୁଲୁଛି ଘଡ଼ିଆଳ କୁମ୍ଭୀର। ଶନିବାର ସକାଳେ କଟକ ସିଡିଏରୁ ଚୌଦ୍ୱାର ନୂଆପାଟଣାକୁ ମହାନଦୀରେ ସଂଯୋଗ କରୁଥିବା ମଧୁସୂଦନ ସେତୁ ତଳେ ଏକ ଘଡ଼ିଆଳ କୁମ୍ଭୀର ଶୋଇଥିବାର ଦେଖିବାକୁ ମିଳିଛି। ଏନେଇ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ ଏନେଇ ସୂଚନା ଦେଇଛନ୍ତି। କୁମ୍ଭୀରଟିର ଲମ୍ଵ ପ୍ରାୟ ୧୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ନଦୀକୁ ଗାଧୋଇବାକୁ ଯାଉଥିବା ଲୋକଙ୍କୁ ସତର୍କ କରାଯାଉଛି। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।