ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଏହି ସମୟରେ ଖୁବ୍‌ ଭାଇରାଲ ହେଉଛି।  ଏହି ସେୟାର ପୋଷ୍ଟରେ ଅନେକ ସାର୍ଟିଫିକେଟ୍ ଓ ମେଡାଲ ଦେଖିବାକୁ ମିଳୁଛି। ଯୁବତୀ ନିଜର ସାର୍ଟିଫିକେଟ୍‌ ଓ ୧୦ ମେଡାଲ ଦେଖାଇ ଗୋଟିଏ ଧାଡ଼ିରେ ବେରୋଜଗାରୀର ନିରାଟ ସତକୁ ଲୋକଙ୍କ ସାମ୍ନାରେ ରଖିଛନ୍ତି। ପ୍ରଥମ ଲାଇନରେ ଲେଖିଛନ୍ତି ଯେ , ମୁଁ ଜଣେ ଟପର ଛାତ୍ରୀ , ହେଲେ ମୋତେ ଇଣ୍ଟର୍ଣ୍ଣସିପ୍‌ ମିଳୁନାହିଁ। ଏହାପରେ କାନ୍ଦିବାର ଇମୋଜି ରହିଛି। 

ଦିଲ୍ଲୀର ହଂସରାଜ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଲିଙ୍କଡଇନ୍‌ରେ ଏକ ପୋଷ୍ଟ ସେୟାର କରି ନିଜର ଅସହାୟତାକୁ ବ୍ୟକ୍ତ କରିଛନ୍ତି। ଇଂରାଜୀ ଅନର୍ସରେ ପଢିଥିବା ଛାତ୍ରୀଙ୍କ ନାଁ ବିସ୍ମା। ଯୁବତୀ କହିଛନ୍ତି ଯେ , ସେ କଲେଜ୍‌ ଟପର , ଏହା ସତ୍ତ୍ୱେ ତାଙ୍କୁ ଇଣ୍ଟର୍ଣ୍ଣସିପ୍‌ ମିଳି ନାହିଁ। ପୋଷ୍ଟଟି ଭାଇରାଲ ହେଲା କ୍ଷଣି ଚାରିଆଡ଼େ କ୍ଲାସ ରୁମ୍‌ର ଜ୍ଞାନ , ଭଲ ଗ୍ରେଡ୍‌ , ବ୍ୟବହାରିକ ଜ୍ଞାନ, ବେରୋଜଗାରୀ ଭଳି ମାମଲା ସାମ୍ନାକୁ ଆସିଛି।

ଯୁବତୀ ନିଜର ଅଭିଜ୍ଞତା ସେୟାର କରି ଲେଖିଛନ୍ତି ଯେ, ନମ୍ୱର ଅପେକ୍ଷା ଦକ୍ଷତା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୋତେ ଏହି କଥା ସ୍ୱୀକାର କରିବାକୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଲା। ଏହାପରେ ଯୁବତୀ ପରାମର୍ଶ ଦେଇ ଲେଖିଛନ୍ତି ଯେ, ତୁମେ ବି ଏହାକୁ ଶୀଘ୍ର କରିଦେଲେ ଠିକ୍‌ ରହିବ। ସେ କହିଛନ୍ତି , ମୁଁ ପାଖାପାଖି ସବୁ ଇଣ୍ଟର୍ଣ୍ଣସିପ୍‌ ପାଇଁ ଆପ୍ଲାଇ କରିଛି। ସମସ୍ତଙ୍କର ପ୍ରଥମ ପ୍ରଶ୍ନ ଏହା ହୋଇ ନଥାଏ କି , ତୁମେ କେତେ ନମ୍ୱର ରଖିଛ, ବରଂ ଏହା ସମସ୍ତଙ୍କର ପ୍ରଥମ ପ୍ରଶ୍ନ ହୋଇ ଥାଏ କି ଆପଣଙ୍କ ପାଖରେ କଣ ସ୍କିଲ୍‌ ଅଛି। 

ଛାତ୍ରୀ ଜଣଙ୍କ କହିଛନ୍ତି , ମୁଁ ଏହି ପ୍ରଶ୍ନ ପାଇଁ ପ୍ରସ୍ତୁତ ହିଁ ନଥିଲି । ଏହାପରେ ଯୁବତୀ ପ୍ରଫେସର ,ଟିଚରଙ୍କ ସମେତ ପରିବାରକୁ ଟାର୍ଗେଟ୍‌ କରି କହିଛନ୍ତି କି ସମସ୍ତେ କହୁଥିଲେ , ପାଠପଢା ଉପରେ ଧ୍ୟାନ ଦିଅ , ପଢା କାମରେ ଆସିବ। ଏହା ନୁହେଁ । ଏହାପରେ ଯୁବତୀ ଲେଖିଛନ୍ତି ଯେ ଏହା ନିରାଟ ସତ। କମ୍ପାନୀମାନେ ବିନା ସ୍କିଲ୍‌ରେ ଟପର୍‌କୁ ସିଲେକ୍ଟ କରିବାକୁ ଚାହାନ୍ତି ନାହିଁ । ବରଂ ଏମିତି ଲୋକଙ୍କୁ ଚାହାନ୍ତି , ଯିଏ ଭଲ ନମ୍ୱର ଆଣିଥିଲେ ଏବଂ ଏହାସହ ତାଙ୍କ ପାଖରେ ସ୍କିଲ୍‌ ବା ଦକ୍ଷତା ମଧ୍ୟ ଥିବ।

ଏହା ପରେ ଯୁବତୀ ଏହାର ସମାଧାନ କଥା ମଧ୍ୟ ଦର୍ଶାଇ କହିଛନ୍ତି- ମୁଁ ତୁମକୁ ବହି ଜଳାଇବା ବା ଫିଙ୍ଗିବା କଥା କହୁନାହିଁ । ମୁଁ କେବଳେ ଏହା ହିଁ କହୁଛି ଯେ, ଗୋଟିଏ ଦକ୍ଷତାକୁ ବାଛ ଏବଂ ଏହା ଉପରେ କାମ କର । ଏହାକୁ ନିଜର ଅଭ୍ୟାସରେ ପରିଣତ କରିଦିଅ ଏବଂ ଏଥିରେ ମାଷ୍ଟର ହୋଇଯାଅ । ଏହାପରେ ଆପଣଙ୍କୁ ସହଜରେ ଓ ଶୀଘ୍ର ସୁଯୋଗ ମିଳିବ। ଏହାପରେ ଯୁବତୀ ବ୍ୟଙ୍ଗାତ୍ମକ ଭାବେ ଲେଖିଛନ୍ତି , ଆପଣ ୧୦ମରେ କେତେ ନମ୍ୱର ଆଣିଥିଲେ , ଭୁଲି ଯାଇଛନ୍ତି ନା । ଯଦି ମନେଅଛି ତ କୁହ ଏହା ଆପଣଙ୍କ ଜୀବନର କେତେ ମହତ୍ତ୍ୱ ରଖିଛି ବା ସାହାଯ୍ୟ କରିଛି।